fbpx

ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ମୁଖ୍ୟଙ୍କୁ ବାସଭବନରୁ ଗିରଫ, ଋଣରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ମୁଖ୍ୟ ପ୍ରତୀପ ଚୌଧୁରୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରାଯିବା ପରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଋଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । ଯେଉଁ ସମ୍ପତ୍ତି ମାମଲାରେ ତାଙ୍କୁ ଗିରଫ କରାଯାଇଛି ତାହାର ଫଇସଲା ନିର୍ଧାରିତ ନିୟମ ଅନୁସାରେ ହୋଇଛି ।

୨୦୧୩ ସେପ୍ଟେମ୍ବରରେ ଶ୍ରୀ ଚୌଧୁରୀ ବ୍ୟାଙ୍କରୁ ଅବସର ଗ୍ରହଣ କରିବା ପରେ ମାମଲାର ଫଇସଲା ହୋଇଥିଲା ବୋଲି ଷ୍ଟେଟ୍‌ ବ୍ୟାଙ୍କ ସ୍ପଷ୍ଟ କରିଛି । ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ମୁଖ୍ୟ ରଜନୀଶ କୁମାର ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀ ଚୌଧୁରୀଙ୍କ ଗିରଫ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଏହା ପଛରେ ବଡ଼ ଲୋକଙ୍କ ହାତ ରହିଛି । ଏହି ପ୍ରସଙ୍ଗରେ ବିଚାର କରିବା ବେଳେ ନିଶ୍ଚିତ କିଛି ଭୁଲଭଟକା ରହିଛି ବୋଲି ସେ କହିଛନ୍ତି ।

ଷ୍ଟେଟ୍‌ ବ୍ୟାଙ୍କର ଜଣେ ପୂର୍ବତନ ଡେପୁଟି ଏମ୍‌ଡି ଟ୍ୱିଟରରେ ଜଣାଇଛନ୍ତି ଯେ ଅତ୍ୟନ୍ତ ଦୁଃଖଦାୟକ ଖବର । ମୋଦୀ ସରକାରଙ୍କ ସବୁ ପ୍ରକାର ଉଦ୍ୟମ ସତ୍ତେ୍ୱ ଖିଲାପକାରୀ ବ୍ୟବସ୍ଥାର ଅପବ୍ୟବହାର କରିବାରେ ସଫଳ ହୋଇଛନ୍ତି । ବିନା କୌଣସି ନୋଟିସ୍‌ ଓ ସମନରେ ଅନ୍ୟ ରାଜ୍ୟର ପୋଲିସ କିଭଳି ଦିଲ୍ଲୀରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.