fbpx

ପଶ୍ଚିମବଙ୍ଗରେ ପୁଣି ଦିଦିଙ୍କ ଯାଦୁ: ୪ଟି ବିଧାନସଭା ଆସନକୁ ପୋଛିନେଲା TMC, ଅମାନତ ହରାଇଲା BJP

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି ଦିଦିଙ୍କ ଯାଦୁ । ନିକଟରେ ଶେଷ ହୋଇଥିବା ୪ଟି ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି । ତେବେ ଏଥିରେ ଦିଦି ୪ଟି ଆସନକୁ ମୂଳପୋଛ କରିଦେଇଥିବା ବେଳେ ବିଜେପି ୩ଟି ଆସନରେ ନିଜର ଅମାନତ ହରାଇଛି । ଏହି ବିଜୟ ପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ବିଜେପିର ଦୁର୍ନୀତି ବିରୋଧରେ ତାଙ୍କର ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି ।

ଦିନହାତା, ଶାନ୍ତିପୁର, ଗୋସାବା ଓ ଖରଦାହ ଆସନଗୁଡ଼ିକରେ ବିଜେପିର ପ୍ରାର୍ଥୀମାନେ ଚିତପଟାଙ୍ଗ ମାରିଛନ୍ତି । ଗତ ମାସ ୩୦ ତାରିଖରେ ଏହି ଆସନଗୁଡ଼ିକରେ ଉପନିର୍ବାଚନ ହୋଇଥିଲା । ଦେଶରେ ମୋଟ ୨୯ଟି ବିଧାନସଭା ଓ ୩ଟି ଲୋକସଭା ଆସନରେ ଭୋଟ ହୋଇଥିଲା । ତେବେ ୩ଟି ଆସନରେ ବିଜେପି ପ୍ରାର୍ଥୀମାନେ ନିଜର ଅମାନତ ହରାଇଛନ୍ତି । ଏହି ବିଜୟ ଫଳରେ ମୁଖ୍ୟମନ୍ତ୍ରୀ ଭାବେ ମମତାଙ୍କ ସ୍ଥିତି ଅଧିକ ସୁଦୃଢ଼ ହୋଇପାରିଛି । ବଙ୍ଗ ଉପନିର୍ବାଚନରେ ତୃଣମୂଳ କଂଗ୍ରେସକୁ ୭୫ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ମାତ୍ର ୧୪.୫ ପ୍ରତିଶତ ଭୋଟ ମିଳିଥିବା ଜଣାପଡ଼ିଛି । ତେବେ ପୂର୍ବରୁ ବିଧାନସଭା ନିର୍ବାଚନରେ ଟିଏମସି ସଂଖ୍ୟାଗରିଷ୍ଠ ହାସଲ କରିଥିଲା । ବର୍ତ୍ତମାନ ପୁଣି ଉପନିର୍ବାଚନରେ ବାଜିମାତ କରି ଦିଦି ନିଜର ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି ।

Get real time updates directly on you device, subscribe now.