fbpx

ବାଲାକୋଟ୍ ହିରୋ ଅଭିନନ୍ଦନଙ୍କୁ ମିଳିଲା ପଦୋନ୍ନତି

ନୂଆଦିଲ୍ଲୀ: ବାଲାକୋଟ୍ ଏୟାର ଷ୍ଟ୍ରାଇକ ହିରୋ ଅଭିନନ୍ଦନଙ୍କୁ ମିଳିଲା ପଦୋନ୍ନତି । ୱିଙ୍ଗ କମାଣ୍ଡରରୁ ଗ୍ରୁପ କ୍ୟାପେଟନକୁ ପଦୋନ୍ନତି ପାଇଲେ ଅଭିନନ୍ଦନ । ଭାରତୀୟ ବାୟୁସେନା ପକ୍ଷରୁ ପଦୋନ୍ନତି ସମ୍ପର୍କିତ ସମସ୍ତ ମାନଦଣ୍ଡ ପୂରଣ ପରେ ଗ୍ରୁପ କ୍ୟାପଟେନଙ୍କୁ ତାଙ୍କୁ ପ୍ରମୋଶନ ମିଳିଛି । ଖୁବ ଶୀଘ୍ର ଗ୍ରୁପ୍ କ୍ୟାପଟେନ ଭାବରେ କାର୍ଯ୍ୟ ଆରମ୍ଭ କରିବେ ଅଭିନନ୍ଦନ ।

ପେବୃଆରୀ ୨୦୧୯ ରେ ବାଲାକୋଟ୍ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ପକ୍ଷରୁ ଭାରତ ବିରୋଧରେ ରଚାଯାଇଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଥିଲେ ଅଭିନନ୍ଦନ । ପାକିସ୍ତାନ ବାୟୁସେନାର ଲଢ଼ୁଆ ବିମାନ ଏଫ-୧୬କୁ ଭାରତୀୟ ଏୟାର ସ୍ପେସରୁ ହଟାଇବା ସହିତ ମଝି ଆକାଶରୁ ହିଁ ଖସାଇ ଦେଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ।

Get real time updates directly on you device, subscribe now.