fbpx

କଚେରୀ ଛକରେ ମାତାଲ୍ ଯୁବତୀଙ୍କ ହାଇଡ୍ରାମା: ଟ୍ରାଫିକ୍ ଜାମ୍ କଲେ, କନେଷ୍ଟବଳଙ୍କୁ ଚପଲରେ ପିଟିଲେ

ବଲାଙ୍ଗୀର (ଭାସ୍କର ନ୍ୟୁଜ୍) : ନିଶାସକ୍ତ ଯୁବତୀଙ୍କ ହାଇଡ୍ରାମା। ମାତାଲ ହେଇ ଟ୍ରାଫିକ୍ ଜାମ କଲେ କନେଷ୍ଟବଳଙ୍କୁ ଚପଲରେ ପିଟିଲେ ଯୁବତୀ।  ଟାଉନ ଥାନା ଭିତରେ ଉନ୍ମତକାଣ୍ଡ ଭିଆଲେ। ଏଭଳି ଘଟଣା ଗତକାଲି ସଂନ୍ଧ୍ୟାରେ ବଲାଙ୍ଗୀର କଚେରୀ ଛକରେ ଅଞ୍ଚଳରେ ଘଟିଛି। ଯାହା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।ସଂପୃକ୍ତ ଯୁବତୀଜଣକ ପଶ୍ଚିମବଙ୍ଗର ସାବିତ୍ରୀ ମାଇକି ବୋଲି ଜଣାପଡିଛି । ଗତ କିଛିବର୍ଷ ହେଲା ସେ ଭୁବନେଶ୍ୱରରେ ରହୁଥିବା ଅନୁମାନ କରାଯାଉଛି । ଯୁବତୀ ଜଣକ ଭୁବନେଶ୍ୱର ଯିବାକୁ କହୁଥିବାରୁ, ତାକୁ ସେଠାକୁ ପଠାଇବା ପାଇଁ ପୁଲିସ ବ୍ୟବସ୍ଥା କରିଥିବା ଜଣାପଡିଛି ।

ସୂଚନା ମୁତାବିକ,ବୁଧବାର ସଂନ୍ଧ୍ୟାରେ ବଲାଙ୍ଗୀର କଚେରୀ ଛକ ଅଞ୍ଚଳରେ ଡ୍ୟୁଟିରେ ଥିବା ଟ୍ରାଫିକ କନଷ୍ଟେବଳ ଅମୀୟ ପଟେଲଙ୍କୁ ହଠାତ୍ ଉକ୍ତ ମାତାଲ ଯୁବତୀ ଆସି ଆକ୍ରମଣ କରିଥିଲେ । ଅମୀୟ ତାଙ୍କୁ କାବୁ କରି କାରଣ ପଚାରିବାରୁ ଯୁବତୀ ଜଣକ ମନଇଚ୍ଛା କହି ପୁଣି ଚପଲରେ ପିଟିଥିଲେ । ପରେ ଖବର ପାଇ ଘଟଣାସ୍ଥଳ  ପୁଲିସ ଟିମ ସେଠାରେ ପହଞ୍ଚି ଯୁବତୀଙ୍କୁ କାବୁ କରିଥିଲା। ପରେ ଯୁବତୀଙ୍କୁ ଟାଉନ ଥାନା ସାମ୍ନାକୁ ଆଣିଥିଲେ । ହେଲେ ସେଠାରେ ମଧ୍ୟ ଯୁବତୀଙ୍କ ହାଇଡ୍ରାମା କମିନଥିଲା । ହଠାତ୍ ସେ ଟାଉନ ଥାନା ସାମ୍ନାରେ ଉଲ୍ଲଗ୍ନ ହୋଇ ପୁଲିସକୁ ଗାଲିଗୁଲଜ କରିଥିଲେ । ଶେଷରେ ଅନେକ ହଟହଟା ହେବା ପରେ ପୁଲିସ ଟିମ୍ ଯୁବତୀ ଜଣକୁ କାବୁ କରି ଥାନା ଭିତରେ କିଛି ସମୟ ପାଇଁ ରଖିଥିବା ଜଣାପଡିଛି ।

Get real time updates directly on you device, subscribe now.