fbpx

ଯାତ୍ରୀଙ୍କ ପାଇଁ ଖୁସି ଖବର, ଦୀପାବଳିରେ ବମ୍ପର୍ ଅଫର୍ ଦେଲା ଇଣ୍ଡିଗୋ

ନୂଆଦିଲ୍ଲୀ: ବର୍ତ୍ତମାନ ବିମାନରେ ଶସ୍ତା ଯାତ୍ରା କରିବାର ସୁଯୋଗ ଯାତ୍ରୀଙ୍କ ପାଇଁ ଆସିଛି । ବାସ୍ତବରେ ଦୀପାବଳିର ଶୁଭ ଅବସରରେ ଶସ୍ତା ଯାତ୍ରା କରିବା ପାଇଁ ଇଣ୍ଡିଗୋ ଏକ ବଡ଼ ଅଫର ପ୍ରଦାନ କରୁଛି । ଇଣ୍ଡିଗୋ ଦୀପାବଳି ଅଫର-୨୦୨୧ ଅଧୀନରେ ଟିକେଟ ବୁକିଂ ଉପରେ ୧୦ପ୍ରତିଶତ ରୁ ୫୦ପ୍ରତିଶତ ବମ୍ପର ରିହାତି ପ୍ରଦାନ କରୁଛି । ଏହା ସହିତ ଇଣ୍ଡିଗୋ ଦ୍ୱାରା ଆହୁରି ଅନେକ ଅଫର ଦିଆଯାଉଛି । ଇଣ୍ଡିଗୋ ଦୀପାବଳି ଅଫର-୨୦୨୧ର ଏକ ଅଂଶ ଭାବରେ ସଶସ୍ତ୍ର ବାହିନୀଙ୍କୁ ଭଡା ଉପରେ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଛି । ଏଥିସହିତ ଟିକା ନେଇଥିବା ଯାତ୍ରୀମାନଙ୍କୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି ।

Get real time updates directly on you device, subscribe now.