fbpx

ନକଲି ନୋଟ୍‌ କାରବାରରେ ଅଭିଯୋଗରେ ଯୁବକ ବାନ୍ଧିଲା ପୋଲିସ, ଟଙ୍କା ଜବତ

ତିହିଡ଼ି (ଭାସ୍କର ନ୍ୟୁଜ୍‌):ନକଲି ନୋଟ କାରବାରରେ ସଂପୃକ୍ତ ଜଣେ ଯୁବକକୁ ପୀରହାଟ ପୋଲିସ ଗିରଫ କରାଯିବା ସହ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ପୁଲିସ ଠାରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ, ମଙ୍ଗଳବାର ରାତିରେ ଗଦି ବଜାରରେ ଜଣେ ତେଜରାତି ଦୋକାନୀ ତପନ ତ୍ରିପାଠୀଙ୍କ ଏତଲା କ୍ରମେ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ ବାଂଶଡା ଥାନାଧିନ ହଟପୁର ଗାଁର ନିହାରକାନ୍ତ ଜେନା ବୋଲି ପୀରହାଟ ଆଇଆଇସି ଗୟାଧର ବେହେରାଙ୍କ ଠାରୁ ସୂଚନା ମିଳିଛି । ଅଭିଯୁକ୍ତ ନିହାର ଦୋକାନରୁ ସାମଗ୍ରୀ କିଣିବା ପରେ ୨୦୦ ଟଙ୍କିଆ ନୋଟ ଦେଇଥିଲା । ତେବେ ତାହା ନକଲି ଥିବାନେଇ ଦୋକାନୀଙ୍କ ସନ୍ଦେହ ହୋଇଥିଲା । ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲା । ପୋଲିସ ଘଟଣା ସ୍ଥଳରେ ପହଂଚି ଯୁବକଙ୍କ ନିକଟରୁ ମୋଟ ୧୦୦ ଟଙ୍କିଆ ୬ଟି ଏବଂ ୨୦୦ ଟଙ୍କିଆ ୨ଟି ନକଲି ନୋଟ ଜବତ କରିଥିଲା । ବିଭିନ୍ନ ଦିଗରେ ତଦନ୍ତ କରାଯିବା ପରେ ସେଗୁଡିକ ନକଲି ବୋଲି ପୋଲିସ ଜାଣିବାକୁ ପାଇଥିଲା । ଅଭିଯୁକ୍ତ ନିହାରକାନ୍ତ ଜେନାଙ୍କ ବିରୋଧରେ କେଶ ନଂ ୧୫୯/ ୨୧ରେ ଦଫା ୪୨୦, ୪୮୯(ବି), ୪୮୯(ସି)ରେ ମାମଲା ରୁଜୁ କରି ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.