fbpx

ପିଆଜ ରସରୁ ମିଳିଥାଏ ଏହି ଫାଇଦା

ଘରେ ପିଆଜର ବ୍ୟବହାର ଏକ ସାଧାରଣ କଥା । ରୋଷେଇରେ ଅନେକ ପ୍ରକାରରେ ପିଆଜ ବ୍ୟବହାର ହୋଇଥାଏ । ପିଆଜର ରସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ଅନେକ ରୋଗକୁ ଠିକ କରିବାରେ ରାମବାଣ ଭଳି କାମ କରେ । ରୋଷେଇରେ ସ୍ୱାଦ ଦେଉଥିବା ପିଆଜରେ ଅନେକ ଗୁଣ ରହିଛି । ଆସନ୍ତୁ ଜାଣିବା ପିଆଜ ରସର ଫାଇଦା ବିଷୟରେ ।

ଥଣ୍ଡା ଜ୍ୱର ତଥା କାଶ ସମସ୍ୟା ଥିଲେ ପିଆଜ ରସକୁ ମହୁ ସହ ମିଶାଇ ଖାଇଲେ ମୁକ୍ତି ମିଳିଥାଏ । ପିଆଜ ରସ ସେବନ ଦ୍ୱାରା କୋଷ୍ଠକାଠିନ୍ୟ ତଥା ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିଥାଏ । ପିଆଜରେ ଥିବା ଫାଇବର ପେଟ ସଫା କରିବାରେ ସହାୟକ ହୋଇଥାଏ । ଚୁଡି ଝଡ଼ିବା ସମସ୍ୟା ଥିଲେ ପିଆଜ ରସକୁ ବ୍ୟବହାର କରିବା ଦ୍ୱାରା ଚୁଟି ଝଡ଼ିବା କମ୍ ହେଇପାରିବ ।

ମୁଣ୍ଡ ବିନ୍ଧା ହେଉଥିଲେ ପିଆଜ ରସରେ ଚିନି ମିଶାଇ ପିଇବା ଦ୍ୱାରା ମୁଣ୍ଡ ବିନ୍ଧାରୁ ଆରାମ ମିଳିଥାଏ । ପିଆଜରେ କ୍ରୋମିୟମ ପ୍ରଚୁର ପରିମାଣରେ  ରହିଥାଏ । ଯାହା ସୁଗାର କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ ଏବଂ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ରଖିଥାଏ । ପିଆଜ ରସ ପିଇବା ଦ୍ୱାରା ହାର୍ଟ ଆଟାକ ବିପଦ ମଧ୍ୟ କମ ହୋଇଥାଏ । ପିଆଜ ରସ ସେବନ କରିବା ଦ୍ୱାରା ମେଟାବୋଲିଜିମ ଠିକ୍ ରହିଥାଏ । ଗରମରେ ନିଜକୁ ଲୁ ଠାରୁ ବଞ୍ଚାଇବା ପାଇଁ ପିଆଜ ପାଣି ସେବନ ମଧ୍ୟ କରାଯାଏ ।

Get real time updates directly on you device, subscribe now.