fbpx

କୁକୁର-ବିଲେଇଙ୍କ ଠାରୁ ଚିହ୍ନଟ ହେଲା କରୋନାର ଆଲଫା ଭାରିଆଣ୍ଟ୍, ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ: ମଣିଷଙ୍କ ପରେ ଏବେ ପଶୁ ମାନଙ୍କ ଠାରେ ମଧ୍ୟ କରୋନାର ଆଲଫା ଭାରିଆଣ୍ଟ୍ ଚିହ୍ନଟ ହୋଇଛି । ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପୋଷା ଜୀବଜନ୍ତୁଙ୍କୁ ମଧ୍ୟ SARS-CoV-2  ଆଲଫା ଭାରିଆଣ୍ଟ ସଂକ୍ରମିତ କରିପାରେ । ଆଲଫା ଭାରିଆଣ୍ଟ ପ୍ରଥମ ଥର ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଚିହ୍ନଟ କରାଯାଇଥିଲା ଓ ଏହାକୁ ସାଧାରଣତଃ ୟୁକେ ଭାରିଆଣ୍ଟ୍ ବି.୧.୧.୭.୧ ରୂପରେ ଧରାଯାଇଥାଏ ।

ସୂଚନା ଅନୁସାରେ, ଇଂଳଣ୍ଡରେ କରୋନାର ଆଲଫା ଭାରିଆଣ୍ଟ ଖୁବ୍ ଜୋରରେ ବ୍ୟାପିବାରେ ଲାଗିଛି । ସେଠାରେ ଏହାର ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ତେବେ ଏହା ମଣିଷଙ୍କ ବ୍ୟତୀତ ପୋଷା ଜୀବଜନ୍ତୁଙ୍କ ଠାରେ ମଧ୍ୟ ବ୍ୟାପୁଥିବା ରିସର୍ଚ୍ଚରୁ ଜଣାପଡ଼ିଛି । ଅଧ୍ୟୟନରେ କୁହାଯାଇଛି ଯେ, ବିଲେଇ ଓ କୁକୁରଙ୍କ ପିସିଆଣ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଅନ୍ୟପଟେ ଦୁଇଟି ଅନ୍ୟ ବିଲେଇ ଓ କୁକୁରଙ୍କ ଠାରେ ହୃଦରୋଗ ଲକ୍ଷଣ ଦେଖାଦେବାର ଦୁଇରୁ ୬ ସପ୍ତାହ ପରେ ଆଣ୍ଟିବଡ଼ି ଦେଖାଦେଇଛି ।

ଏହି ଅଧ୍ୟୟନର ପ୍ରମୁଖ ଲେଖକ ଲୁକା ଫେରାସିନ୍ କହିଛନ୍ତି ଯେ, ତାଙ୍କ ଅଧ୍ୟୟନ କୋଭିଡ୍-୧୯ ଆଲଫା ଭାରିଆଣ୍ଟ ଦ୍ୱାରା ପ୍ରଭାବିତ ହେଉଥିବା ବିଲେଇ ଓ କୁକୁରଙ୍କ ମାମଲା ପ୍ରଥମେ ରିପୋର୍ଟ କରନ୍ତି । ତେଣୁ ତାଙ୍କ କହିବା କଥା ହେଲା, ଏହି ପଶୁଙ୍କ ଜରିଆରେ ସେମାନଅଙ୍କ ସାଥୀ କୁକୁର-ବିଲେଇଙ୍କୁ ମଧ୍ୟ ଭାରିଆଣ୍ଟ ସଂକ୍ରମିତ କରିପାରେ ।

Get real time updates directly on you device, subscribe now.