fbpx

ରାଜ୍ୟର ଚିକିତ୍ସା କ୍ଷେତ୍ରର ବିକାଶ ପାଇଁ ଆଗକୁ ଆସିଲା TCS, ପ୍ରଦାନ କଲା ୧୦ଟି ଭେଣ୍ଟିଲେଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚିକିତ୍ସା କ୍ଷେତ୍ରକୁ ମଜବୁତ କରିବା ନେଇ ହାତ ବଢ଼ାଇଛି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) । ଗରିବ ଶ୍ରେଣୀର ଲୋକଙ୍କ ଚିକିତ୍ସା ପାଇଁ ଟିସିଏସ୍ ପ୍ରଦାନ କରିଛି ୧୦ଟି ଭେଣ୍ଟିଲେଟର । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ୧୩ଟି ଭେଣ୍ଟିଲେଟର ପ୍ରଦାନ କରିଥିଲା । ତେବେ ଏହି ଭେଣ୍ଟିଲେଟରଗୁଡ଼ିକ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, କେୟାର ହସ୍ପିଟାଲ, ଆମ୍ରି ହସ୍ପିଟାଲ, ନିଗମ ହେଲଥ୍ କେୟାର ଓ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜକୁ ଦାନ କରାଯାଇଛି ।

ଟିସିଏସର ଏହି ସହାୟତା ଫଳରେ ରାଜ୍ୟରେ ଡାକ୍ତରୀ ଭିତ୍ତିଭୂମି ମଜବୁତ ହେବା ସହ ଗରିବ ଶ୍ରେଣୀର ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । ଦାନ ସୂତ୍ରରେ ମିଳିଥିବା ୧୦ଟି ପିବି-୫୬୦ ଭେଣ୍ଟିଲେଟରକୁ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଟିସିଏସର ଭୁବନେଶ୍ୱର କେନ୍ଦ୍ରର ମୁଖ୍ୟ ସରିତା ମିଶ୍ର, ଆଞ୍ଚଳିକ ଏଚଆର୍ ହେଡ୍ କାଳିପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ସମାଜ ପ୍ରତି ଟିସିଏସର ଏହା ଏକ ଛୋଟ ଅବଦାନ, ଯାହାକି କୋଭିଡ-୧୯ ମହାମାରୀର ମୁକାବିଲା ନେଇ ରାଜ୍ୟବାସୀଙ୍କୁ ସାହାଯ୍ୟ ପ୍ରଦାନ କରିବ ବୋଲି ଶ୍ରୀମତୀ ମିଶ୍ର କହିଥିଲେ । ତେବେ ଟିସିଏସର ଏହି କଲ୍ୟାଣମୂଳକ ପଦକ୍ଷେପକୁ ସମସ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଶଂସା କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.