fbpx

ପୋଲିସ-ମାଓବାଦୀ ଗୁଳିବିନିମୟ, ଛତ୍ର ଭଙ୍ଗ ଦେଲେ ମାଓବାଦୀ

ପୋଲିସ୍ ମାଓବାଦୀ ଗୁଳି ବିନିମୟ । କଳାହାଣ୍ଡି ଶଗଡ଼ା ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ରବିବାର କଳାହାଣ୍ଡି ପୋଲିସ ଏସଓଜି ଏବଂ ଡିଭିଏଫ ପକ୍ଷରୁ ଆଜି  କୁମ୍ବିଂ ଅପରେସନ ଚାଲିଥିବାବେଳେ ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ତେବେ ପୋଲିସର ପାଲଟା ଆକ୍ରମଣରେ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବା ନେଇ ସୂଚନା ମିଳିଛି । ଏହି ଗୁଳି ବିନିମୟରେ କୌଣସି ଆହତ ହୋଇନଥିବା ବିନିମୟରେ କାହାର କିଛି କ୍ଷତି ହୋଇନଥିବାବେଳେ । ଏନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ ।

Get real time updates directly on you device, subscribe now.