fbpx

ପ୍ରେମରେ ‘ପାଗଳ’ ହୋଇଥିବା ଯୁବକ କାଟିଦେଲା ପ୍ରେମିକାର ନାକ ଓ କାନ, ଏପରି ରହିଗଲା ଅଧୁରା କାହାଣୀ

କଟିହାର: ପ୍ରେମରେ ପାଗଳ ହୋଇଥିବା ପ୍ରେମିକମାନେ ହାତ କାଟିବା ନହେଲେ ଆତ୍ମହତ୍ୟା କରିବା ଘଟଣା ତ ଆପଣମାନେ ଶୁଣିଥିବେ । କିନ୍ତୁ ବିହାରର କଟିହାରରେ ଏକ ପାଗଳ ପ୍ରେମୀ ନିଜ ପ୍ରେମିକାର ହିଁ ନାକ ଓ କାନ କାଟିଦେଇଛି । ଏଭଳି ଘଟଣା କଟିହାର ଜିଲ୍ଲାର ବରାରୀ ଥାନା ଅଞ୍ଚଳର କାଢ଼ାଗୋଲା ଘାଟରେ ଘଟିଛି । ସେଠାରେ ଜଣେ ମହିଳା ଛଟ୍ ପୂଜା କରିବାକୁ ଗଙ୍ଗା ନଦୀକୁ ଯାଇଥିଲେ । ଏହି ସମୟରେ ଗଣେଶପୁରରେ ରହୁଥିବା ପ୍ରୀତମ କୁମାର ନାମକ ଜଣେ ଯୁବକ ସେଠାରେ ପହଞ୍ଚିଥିଲା ଓ ମହିଳାଙ୍କ ସହ ଦୁର୍ବବ୍ୟହାର କରିବାକୁ ଲାଗିଲା । ଏହି ସମୟରେ ସେ ମହିଳାଙ୍କୁ ମାରପିଟ୍ କରିବା ସହ ତାଙ୍କ ନାକ ଓ କାନ କାଟିଦେଇଥିଲା ।

ପରେ ଯୁବକ ନିଜ ଭୁଲକୁ ବୁଝି କାନ୍ଦି କାନ୍ଦି କହିଥିଲା ଯେ, ‘ମୁଁ ମୋ ପ୍ରେମିକାକୁ ଭଗବାନଙ୍କ ପରି ମାନୁଥିଲି । କିନ୍ତୁ ଏପରି ଭୁଲ କେମିତି ହୋଇଗଲା ମୁଁ ଜାଣିପାରିଲି ନାହିଁ ।’ ଏହା ପରେ ଆଉ କିଛି କହି ସେ ନିଜ ପ୍ରେମିକାକୁ ବଦନାମ୍ କରିବାକୁ ଚାହିଁନଥିଲେ ।

ଅନ୍ୟପଟେ ପୀଡିତା ମହିଳା ଜଣକ କହିଛନ୍ତି ଯେ, ତାଙ୍କ ପ୍ରେମିକ ଟଙ୍କା ନେଉଥିଲା ଓ ଟଙ୍କା ଫେରସ୍ତ କରିବାକୁ ଚାହୁଁନଥିଲା । ଏହା ସହ ସବୁବେଳେ ସ୍ୱାମୀ ଓ ପିଲାଙ୍କୁ ମାରିଦେବାକୁ ଧମକ ଦେଉଥିଲା । ରବିବାର ଦିନ ସେ ନଦୀ କୁଳରେ ପହଞ୍ଚି ମାରପିଟ୍ କରିଥିଲା । ସେଠାରେ ଥିବା ଲୋକେ ମୋତ ବଞ୍ଚାଇଥିଲେ ବୋଲି ମହିଳା କହିଛନ୍ତି ।

ତେବେ ମହିଳାଙ୍କର ଏବେ ଚିକିତ୍ସା ଚାଲିଥିବା ବେଳେ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ମହିଳାଙ୍କ ପକ୍ଷରୁ ପ୍ରେମ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପୋଲିସ ବି ମାମଲାର ତଦନ୍ତ କରୁଛି ।

Get real time updates directly on you device, subscribe now.