fbpx

ବସ୍-ଟ୍ୟାଙ୍କର ସାମ୍ନାସାମ୍ନି ଧକ୍କା ହେବାରୁ ଲାଗିଲା ନିଆଁ: ୧୨ ଲୋକ ଜଳିଗଲେ, ସାମ୍ନାକୁ ଆସିଲା ଭିଡିଓ

ବାଡ଼ମେର: ରାଜସ୍ଥାନ ବାଡ଼ମେର ଜିଲ୍ଲାରେ ବାଡ଼ମେର-ଯୋଧପୁର ଜାତୀୟ ରାଜପଥରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି ।

ସୂଚନା ମୁତାବକ, ବାଡ଼ମେରର ବାଡ଼ମେର-ଯୋଧପୁର ଜାତୀୟ ରାଜପଥରେ ବସ୍ ଓ ଟ୍ୟାଙ୍କର ଟ୍ରେଲର ସାମ୍ନାସାମ୍ନି ଧକ୍କା ହେବା ଫଳରେ ନିଆଁ ଲାଗିଥିଲା । ଫଳରେ ଯାତ୍ରୀମାନେ ନିଆଁରେ ଫସିଯାଇଥିଲେ । ଏଥିରେ ୧୨ ଜଣ ଲୋକ ଜୀଅନ୍ତା ଜଳିଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଦୁର୍ଘଟଣା ପରେ ରାଜପଥରେ ଭିଡ଼ ଜମିବାରେ ଲାଗିଛି ।

କୁହାଯାଉଛି ଯେ, ଯେଉଁ ସମୟରେ ଏହି ଦୁର୍ଘଟଣା ହୋଇଥିଲା, ସେହି ସମୟରେ ବସରେ ମୋଟ ୨୫ ଜଣ ଥିଲେ । ଧକ୍କା ହେବା ଫଳରେ ମସରେ ନିଆଁ ଲାଗିଯାଇଥିଲା । କିଛି ଲୋକ ଝରକା ଭାଙ୍ଗି ବାହାରକୁ ଚାଲିଆସିଥିବା ବେଳେ ଆଉ କେତେକ ନିଆଁରେ ଫସିଯାଇଥିଲେ । ହାଇୱେରେ ଭୁଲ ଦିଗରେ ଆସୁଥିବା ଟ୍ରକଟି ବସ୍କୁ ଧକ୍କା ଦେଇଥିଲା । ଧକ୍କା ଫଳରେ ନିଆଁ ଲାଗିଯିବାରୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ପ୍ରଶାସନ ୧୦ ଜଣଙ୍କୁ ବସରୁ ବାହାର କରିବାରେ ସଫଳ ହୋଇଥିଲା ।

Get real time updates directly on you device, subscribe now.