fbpx

ଚୁଇଙ୍ଗମ ଖାଇଲେ ୨ ବର୍ଷ ଜେଲ୍! ଜାଣନ୍ତୁ କେଉଁ ଦେଶରେ ରହିଛି ଏମିତି ନିୟମ

ଦୁନିଆରେ ପ୍ରତ୍ୟେକ ଦେଶ ଉନ୍ନତି କରିବାକୁ ଚାହୁଛନ୍ତି । ବିକାଶ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚାହୁଛନ୍ତି କିନ୍ତୁ ଏହି ବିକାଶର ରାସ୍ତା ଏତେ ସହଜ ହୋଇନଥାଏ । ଅନେକ ଥର ପ୍ରଶାସନକୁ ଦେଶର ଉନ୍ନତି ପାଇଁ କିଛି ପଦକ୍ଷେପ ନେବାକୁ ହୋଇଥାଏ । ଅନେକ ପ୍ରତିବନ୍ଧକ ମଧ୍ୟ ଲଗାଯାଇଥାଏ । ସିଙ୍ଗାପୁର ମଧ୍ୟ ଏପରି ଏକ ଦେଶ ଯାହା ନିଜର ବିକାଶ ପାଇଁ ଅଦ୍ଭୁତ ନିୟମ ତିଆରି କରିଛି ଯାହା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଏହା ମଧ୍ୟରୁ ଏମିତି ଏକ ନିୟମ ହେଉଛି ଚୁଇଙ୍ଗମ ଉପରେ ବ୍ୟାନ୍ ।

ସିଙ୍ଗାପୁର ଆଜିର ସମୟରେ ଏକ ସମୃଦ୍ଧ ଦେଶ ଅଟେ । ଏହା ପଛରେ ସବୁଠାରୁ ବଡ଼ କାରଣ ହେଉଛି ଏଠାକାର ଲୋକଙ୍କ ଅନୁଶାସନ । ଏହି ଅନୁଶାସନକୁ ବଜାୟ ରଖିବା ପାଇଁ ଏମିତି ନିୟମ ତିଆରି କରଯାଇଛି ଯାହା ଆଶ୍ଚର୍ଯ୍ୟଜନକ ଅଟେ । ପ୍ରକୃତରେ ଏଠାକାର ପ୍ରଥମ ପ୍ରଧାନମନ୍ତ୍ରୀ ଲୀ କୁଆନ ୟୁ ଚାହୁଥିଲେ ଯେ ଦେଶ ଶୀଘ୍ର ବିକଶିତ ହେଉ । ତାଙ୍କ ଅନୁଯାୟୀ ବିକାଶ ପଥରେ ସବୁଠାରୁ ବଡ଼ ବାଧକ ସାଜିଥାଏ ଲୋକଙ୍କ ଅନୁଶାସନହୀନତା । ଏହି କାରଣରୁ ଲୀ ଅନେକ କଟକଣା ଲଗାଇଥିଲେ ଯେଉଁଥିରେ ଚୁଇଙ୍ଗମ ଖାଇବା ଉପରେ ବ୍ୟାନ ମଧ୍ୟ ସାମିଲ ରହିଥିଲା ।

କାହିଁକି ହେଲା ଚୁଇଙ୍ଗମ ବ୍ୟାନ?

ସିଙ୍ଗାପୁରର ଅଧିବାସୀ ସଫା-ସୁତୁରା ରହିବାକୁ ପସନ୍ଦ କରିଥାନ୍ତି । ଚୁଇଙ୍ଗମ ଖାଉଥିବା ଲୋକ ଅନେକ ସମୟରେ ଚୁଇଙ୍ଗମକୁ ଏଣେତେଣେ ପକାଇଥାନ୍ତି । କେତେବେଳେ ଟ୍ରେନରେ, ସିଟ୍ ତଳେ, ସ୍କୁଲରେ ନଦୀ-ନାଳ ରେ ଫୋପାଡ଼ିଦେଇଥାନ୍ତି । ଅନେକ ସମୟରେ ଏହା ଡ୍ରେନେଜ ସିଷ୍ଟମକୁ ଚୋକ୍ ମଧ୍ୟ କରିଦେଇଥାଏ । ଚୁଇଙ୍ଗମ ଦେଶର ସଫେଇରେ ବାଧା ଉପୁଜିଥିଲା ତେଣୁ ୧୯୯୨ରେ ସିଙ୍ଗାପୁରରେ ଚୁଇଙ୍ଗମ ଉପରେ ବ୍ୟାନ ଲଗାଯାଇଥିଲା । ତେବେ ୨୦୦୪ରେ ଆମେରିକା-ସିଙ୍ଗାପୁର ମଧ୍ୟରେ ହୋଇଥିବା ଏକ ଫ୍ରି ଟ୍ରେଡ ଚୁକ୍ତି ପରେ ଦେଶରେ ସ୍ୱାସ୍ଥ୍ୟ ସହ ଜଡ଼ିତ ଚୁଇଙ୍ଗମକୁ ଖାଇବା ଉପରେ ଲାଗିଥିବା ବ୍ୟାନକୁ ଉଠାଇଦିଆଯାଇଥିଲା । କିନ୍ତୁ ଏହିଭଳି ଚୁଇଙ୍ଗମ ଖାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନିହାତି ଆବଶ୍ୟକ । ଏହା ସହ ଚୁଇଙ୍ଗମକୁ ଏଣେତେଣେ ପକାଇବା ଉପରେ ମୋଟା ଅଙ୍କର ଜୋରିମାନା ମଧ୍ୟ ଲାଗୁକରାଯାଇଥିଲା । ପ୍ରଥମ ଥର ନିୟମ ଭାଙ୍ଗିଲେ ୭୪ ହଜାର, ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ୧ ଳକ୍ଷରୁ ଅଧିକ ଏବଂ ଜୋରିମାନା ଏବଂ ୨ ବର୍ଷ ପର୍ଯ୍ୟନ୍ତ ଜେଲ ମଧ୍ୟ ହୋଇପାରେ ।

Get real time updates directly on you device, subscribe now.