fbpx

ଆଜିଠାରୁ ୨ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । କୋଭିଡ୍ ଗାଇଡଲାଇନ ଅନୁଯାୟୀ, ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ବିଶୋଧନ କରାଯାଉଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେବେ । ଆସନ୍ତାକାଲି ପଞ୍ଚୁକର ପ୍ରଥମ ଦିନ ପଢ଼ୁଥିବାରୁ ମନ୍ଦିରକୁ ଶ୍ରଦ୍ଧାଳୁମାନେ ଆସି ଭିଡ଼ ନ ଜମାଇବାକୁ କୁହାଯାଇଛି ।

ସୋମବାର ବଡ଼ ଏକାଦଶୀ ଓ ପହିଲି ପଞ୍ଚୁକରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ଲକ୍ଷ୍ମୀନାରୟଣ ବେଶ ଅନୁଷ୍ଠିତ ହେବ । ତେବେ ଏପରି ଏକ ଶୁଭ ମୁହୂର୍ତ୍ତରେ ମହାପ୍ରଭୁଙ୍କ ଦର୍ଶନ ଅଗଣିତ ଭକ୍ତଙ୍କୁ ନିରାଶ କରିବ । ଆସନ୍ତା ଶୁକ୍ରବାର ଦିନ କାର୍ତ୍ତିକ ପୂର୍ଣ୍ଣିମୀ ଅବସରରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ଦିନ ମହାପ୍ରଭୁଙ୍କ ବାଙ୍କଚୁଡ଼ କିମ୍ବା ବାମନ ବେଶ ସହ ଶ୍ରୀମନ୍ଦିରରେ ଗରୁଡ଼ ଉତଥାପନ ନୀତି ଅନୁଷ୍ଠିତ ହେବ । ବୁଧବାର ପ୍ରଭୁଙ୍କ ତ୍ରିବିକ୍ରମ ବେଶ ଓ ଗୁରୁବାର ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ହେବ । ଶେଷ ଦିନ ଅର୍ଥାତ ୧୯ ତାରିଖରେ କାର୍ତ୍ତିକ ପୂର୍ଣ୍ଣମା ଅବସରରେ ଦାରୁଦିଅଁଙ୍କୁ ରାଜାଧିରାଜ ବା ସୁନାବେଶରେ ବିଭୁଷିତ କରାଯିବ ।

Get real time updates directly on you device, subscribe now.