fbpx

ଖୁସି ଖବର: ଭାରତ ଯାତ୍ରା କରୁଥିବା ୫ ବର୍ଷର ପିଲାଙ୍କର ହେବନି କୋଭିଡ୍ ଟେଷ୍ଟ୍

ନୂଆଦିଲ୍ଲୀ: ଭାରତ ଯାତ୍ରା କରୁଥିବା ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ କୌଣସି କୋଭିଡ୍-୧୯ ପରୀକ୍ଷା ହେବ ନାହିଁ ବୋଲି ନୂତନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ସୂଚନା ଦେଇଛନ୍ତି। ଯଦି ସେମାନଙ୍କ ଆଗମନ ସମୟରେ କିମ୍ବା ଘରେ କ୍ୱାରେଣ୍ଟାଇନ୍ ଅବଧିରେ କରୋନାଭାଇରସର ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କୁ ପ୍ରୋଟୋକଲ ଅନୁଯାୟୀ ପରୀକ୍ଷା ଏବଂ ଚିକିତ୍ସା କରିବାକୁ ପଡିବ । ଭାରତ ଭ୍ରମଣ ସମୟରେ ଯାତ୍ରୀମାନଙ୍କୁ ଯାତ୍ରା କରିବା ପୂର୍ବରୁ ଏବଂ ପରେ କୋଭିଡ ପରୀକ୍ଷା କରିବାକୁ ପଡ଼ିବ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁଯାୟୀ, “ଭାରତ ଯାତ୍ରା କରୁଥିବା ୫ ବର୍ଷରୁ କମ୍ ବୟସରୁ ପିଲାମାନଙ୍କର ଉଭୟ ପୂର୍ବ ଏବଂ ପରବର୍ତ୍ତୀ କରୋନା ଟେଷ୍ଟ ହେବନି। ଘରେ କ୍ବାରେଣ୍ଟାଇନ୍ରେ ଥିବା ସମୟରେ ଯଦି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ପରୀକ୍ଷା ହେବ ଏବଂ ସେମାନେ ପ୍ରୋଟୋକଲ୍ ମଧ୍ୟ ଅନୁସରଣ କରିବେ।,” ସାରା ବିଶ୍ୱରେ ଟିକାକରଣ ବୃଦ୍ଧି ଏବଂ ମହାମାରୀର ପରିବର୍ତ୍ତିତ ଲକ୍ଷଣକୁ ଦୃଷ୍ଟିରେ ରଖି ଭାରତରେ ଆନ୍ତର୍ଜାତୀୟ ଆଗମନ ପାଇଁ ନିର୍ଦ୍ଦେଶାବଳୀ ସମୀକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

Get real time updates directly on you device, subscribe now.