fbpx

ED ଏବଂ CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢିଲା; ଅଧ୍ୟାଦେଶ ଆଣିଲେ ସରକାର

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଦୁଇଟି ନୂତନ ଅଧ୍ୟାଦେଶ କାର୍ଯ୍ୟକାରୀ କରାଯାଇଛି । ଏହି ନୂତନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରବିବାର ଦୁଇଟି ନୂତନ ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଥିବା ବେଳେ ଇଡି ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ବୋଲି ଘୋଷଣା କରାଯାଇଛି । ବର୍ତ୍ତମାନ ଏହି ଦୁଇ ପଦବୀ ପାଇଁ କାର୍ଯ୍ୟକାଳ ଦୁଇ ବର୍ଷ ବୃଦ୍ଧି କରାଯାଇଛି ।

ପୂର୍ବରୁ ଦୁଇ ବର୍ଷର ବୃଦ୍ଧି ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ୩ ବର୍ଷ ପାଇଁ ବୃଦ୍ଧି କରାଯିବ । ତେବେ ଏକା ସାଥିରେ ୩ ବର୍ଷର କାର୍ଯ୍ୟକାଳ ବୃଦ୍ଧି କରାଯିବା ପରିବର୍ତ୍ତେ ଏହାକୁ ୧+୧+୧ ଭାବରେ ୩ ବର୍ଷ ବଢାଯିବ । ପ୍ରାରମ୍ଭିକ ଭାବରେ ୨ ବର୍ଷର କାର୍ଯ୍ୟବୃଦ୍ଧି ସମାପ୍ତ ହେବା ପରେ ସରକାର ଚାହିଁଲେ ପରବର୍ତ୍ତୀ ୩ଟି ପର୍ଯ୍ୟାୟରେ କାର୍ଯ୍ୟକାଳ ବଢାଇ ପାରିବେ ।

Get real time updates directly on you device, subscribe now.