ସରକାରଙ୍କ ଏହି ସ୍କିମରେ ଝିଅକୁ ମିଳିବ ୧୫ ଲକ୍ଷ, ବିବାହ କିମ୍ବା ପାଠପଢ଼ାରେ କରିପାରିବେ ଖର୍ଚ୍ଚ

ଭୁବନେଶ୍ୱର: ଅନେକ ପିତାମାତା ନିଜ ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥା’ନ୍ତି । ପାଠପଢ଼ାକୁ ନେଇ ହେଉ କିମ୍ବା ବିବାହକୁ ନେଇ ଅନେକ ସମୟରେ ପିତାମାତା ଚିନ୍ତିତ ରହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ ଯାହଦ୍ୱାରା ଆପଣଙ୍କୁ ଝିଅର ବିବାହ ପାଇଁ କିମ୍ବା ଶିକ୍ଷା ପାଇଁ ପୁରା ୧୫ ଲକ୍ଷ ଟଙ୍କା ମିଳିପାରିବ । ଆଉ ଏହି ସରକାରୀ ଯୋଜାନର ନାମ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ବେଟୀ ବଚାଓ ବେଟୀ ପଢାଓ ଯୋଜନାରେ କେବଳ ଝିଅ ମାନଙ୍କ ପାଇଁ ଏହି ସ୍କିମ୍ ରଖାଯାଇଛି । ମାତ୍ର ୨୫୦ ଟଙ୍କାରେ ଏହି ଆକାଉଣ୍ଟ ଖୋଲା ଯାଇପାରିବ । ଏହା ସହିତ ଏହି ଖାତାରେ ବାର୍ଷିକ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରାଯାଇ ପାରିବ । ବର୍ତ୍ତମାନ ଏହି ସ୍କିମରେ ୭.୬ ପ୍ରତିଶତର ସୁଧ ପ୍ରଦାନ କରାଯାଉଛି । ପୂର୍ବରୁ ଏହି ସ୍କିମରେ ୯.୨ ପ୍ରତିଶତର ସୁଧ ପ୍ରଦାନ କରାଯାଉଥିଲା । ଝିଅକୁ ୮ ବର୍ଷ ହେବା ପରେ ପାଠ ପଢା ବାବଦରେ ୫୦ ପ୍ରତିଶତ ଅର୍ଥ କଢା ଯାଇ ପାରିବ ।

ଧରି ନିଅନ୍ତୁ ଏହି ସ୍କିମରେ ଆପଣ ମାସିକ ୩ ହଜାର ସଞ୍ଚୟ କରୁଛନ୍ତି । ମାସିକ ୩ ହଜାର ହିସାବରେ ବାର୍ଷିକ ଆପଣ ୩୬ ହଜାର ଜମା କରୁଛନ୍ତି । ୭.୬ ପ୍ରତିଶତର ସୁଧ ହିସାବରେ ୧୪ ବର୍ଷରେ ୯ ଲକ୍ଷ ୧୧ ହଜାର ୫୭୪ ଟଙ୍କା ଏବଂ ୨୧ ବର୍ଷ ବା ମ୍ୟାଚୁରିଟିରେ ୧୫ ଲକ୍ଷ ୨୨ ହଜାର ୨୨୧ ଟଙ୍କା ମିଳିବ । ଏହି ସ୍କିମରେ ମିଳୁଥିବା ଅର୍ଥ ଉପରେ ଆୟକର ରିହାତି ମଧ୍ୟ ମିଳିଥାଏ ।