fbpx

ଆଜି ୱର୍ଲ୍ଡ କ୍ଲାସ୍ ରେଳ ଷ୍ଟେସନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଏହା ଆଗରେ ଏୟାରପୋର୍ଟ ବି ପଡ଼ିବ ଫିକା

ଭୋପାଳ: ଆଜି ରାଣୀ କମଳାପତି ରେଳ ଷ୍ଟେସନ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନଭେମ୍ବର ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନିଜର ମଧ୍ୟପ୍ରଦେଶ ଗସ୍ତ ସମୟରେ ଏହି ୱର୍ଲ୍ଡ କ୍ଲାସ୍ ରେଳ ଷ୍ଟେସନ୍ କୁ ଉଦଘାଟନ କରିବେ । ଏହା ଏକ ପୁର୍ନବିକଶିତ ରେଳ ଷ୍ଟେସନ୍ । ରବିବାର ଦିନ ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମଧ୍ୟପ୍ରଦେଶରେ ଅନେକ ରେଳ ପ୍ରକଳ୍ପର ମୋଦୀ ଶୁଭାରମ୍ଭ କରିବେ ।

ଏଥିରେ ଗଜ୍ ରୁପାନ୍ତରିକରଣ ଓ ବିଦ୍ୟୁତିକୃତ ଉଜୈନ-ଫତେହାବାଦ୍ ଚନ୍ଦ୍ରାବତୀ ବଡ଼ ଲାଇନ୍ ବିଭାଗ, ଭୋପାଳ-ବାରଖଡ଼ା ବିଭାଗରେ ତୃତୀୟ ରେଳଲାଇନ୍, ରେଳ ଲାଇନ ରୂପାନ୍ତର ଏବଂ ବିଦ୍ୟୁତକରଣ ମଥେଲା-ନିମାର ଖେରୀ ବ୍ରଡ ଲାଇନ ବିଭାଗ ଏବଂ ବିଦ୍ୟୁତକରଣ ଗୁନା-ଗ୍ୱାଲିଅର ବିଭାଗ ଅନ୍ତର୍ଭୁକ୍ତ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଇନ୍ଦୋର- ଉଜୈନ ଏବଂ ଉଜୈନ-ଇନ୍ଦୋର ମଧ୍ୟରେ ମଧ୍ୟରେ ଦୁଇଟି ନୂତନ ମେମୁ ଟ୍ରେନକୁ ମଧ୍ୟ ଆରମ୍ଭ କରିବେ ।

ମଧ୍ୟପ୍ରଦେଶର ପ୍ରଥମ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନକୁ ଗୋଣ୍ଡ ରାଜ୍ୟର ସାହସୀ ତଥା ନିର୍ଭୀକ ରାଣୀ କମଲାପତିଙ୍କ ସମ୍ମାନାର୍ଥେ ରାଣୀ କମଳାପତି ରେଳ ଷ୍ଟେସନ ନାମରେ ନାମିତ କରାଯାଇଛି।

Get real time updates directly on you device, subscribe now.