fbpx

ଜେଏନୟୁରେ ପୁଣି ତେଜିଲା ହିଂସା; ୧୨ ଛାତ୍ରଛାତ୍ରୀ ଗୁରୁତର

ନୂଆଦିଲ୍ଲୀ: ଜୱାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟରେ ପୁଣି ଘଟିଯାଇଛି ଭୟଙ୍କର ହିଂସା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟଙ୍କର ମାଡପିଟ ହେବା ସହିତ ୧୨ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ବାମପନ୍ଥୀ ଛାତ୍ର ସଙ୍ଗଠନ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନ(ଏଆଏସଏ), ଷ୍ଟୁଡେଣ୍ଟସ ଫେଡେରେସନ ଅଫ ଇଣ୍ଡିଆ(ଏସଏଫଆଇ) ଏବଂ ଏବିଭିପିର ସଦସ୍ୟଙ୍କ ମଧ୍ୟରେ ଏହି ଝଗଡା ସଙ୍ଗଠିତ ହୋଇଥିଲା ।

୧୨ ଜଣ ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଉକ୍ତ ୩ ଛାତ୍ରଙ୍କୁ ଦିଲ୍ଳୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଭର୍ତ୍ତି କରାଯାଇଛି । ପୁଲିସକୁ ଦିଆଯାଇଥିବା ବୟାନ ଅନୁଯାୟୀ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ରବିବାର ରାତିରେ ଝଗଡା ହୋଇଥିଲା । ଏହାକୁ ନେଇ ଜେଏନୟୁ ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇନଥିବା ବେଳେ ଏବିଭିପି ପକ୍ଷରୁ ଦାୟର କରାଯାଇଥିବା ମାମଲା ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Get real time updates directly on you device, subscribe now.