CHARIDHAM

ଅପରେସନ୍ ଗ୍ରୀନ୍ କ୍ଲିନ୍: ସ୍ୱଭିମାନ ଅଞ୍ଚଳରୁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ

ବାଲିମେଳା (ଭାସ୍କର ନ୍ୟୁଜ୍‌): ମାଲକାନଗିରି ପୋଲିସକୁ ସଫଳତା । ସ୍ୱଭିମାନ ଅଞ୍ଚଳରୁ ଏକ ଲକ୍ଷ ୮୮ ହଜାର ବେଆଇନ ଗଞ୍ଜେଇ  ଗଛକୁ ନଷ୍ଟ କରିଛି ମାଲକାନଗିରି ପୋଲିସ । ଏହି ଗଞ୍ଜେଇର ବଜାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱଭିମାନ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିବା ବେଳେ ଚିତ୍ରକୋଣ୍ଡା ଏସଡିିଓ ଅଂଶୁମାନ ଦ୍ୱିବେଦୀଙ୍କ ନେତୃତରେ ଚିତ୍ରକୋଣ୍ଡା ଥାନାର ପୋଲିସ କର୍ମଚାରୀ ମାନେ ଚଢାଉ କରି ବଙ୍ଗୁର ରେଖାପାଲ୍ଲି ଅଞ୍ଚଳ ସହ ଆମ୍ବଗୁଡା ଓ ଡାବୁଗୁଡା ଅଞ୍ଚଳରେ ୫ ଲକ୍ଷ ଫରେଷ୍ଟ ଲ୍ୟାଣ୍ଡରେ ଚାଷ ହୋଇଥିବା ୮୮ ହଜାର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି । ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀ ମାନେ ସକ୍ରିୟ ରହି ଥିବାରୁ ପୋଲିସ ଏହି ଅଞ୍ଚଳକୁ ପ୍ରବେଶ କରିବା ପାଇଁ ସାହସ କରି ପାରୁନଥିଲା କିନ୍ତୁ ସ୍ୱାଭିମାନ ଅଞ୍ଚଳରେ ବି.ଏସ.ଏଫ କ୍ୟାମ୍ପ ସ୍ଥାପନ ହେବାରୁ  ପୋଲିସକୁ ଏହି ସଫଳତା ମିଳିଛି । ବିଶେଷ କରି ମାଲକାନଗିରି ଜିଲ୍ଲାକୁ ପ୍ରହଲ୍ଲାଦ ସହାୟ ମିନା ଏସପି ହୋଇ ଆସିବା ପରେ ବିୁଳ ପରିମାଣର ଗଞ୍ଜେଇ ଜବତ କରିବା ସହିତ ଏଥର ଗଞ୍ଜେଇ ଚାଷ ନଷ୍ଟ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିବାରୁ ପ୍ରହଲ୍ଲାଦ ସହାୟ ମିନାଙ୍କ କାର୍ଯ୍ୟ ପ୍ରକ୍ରିୟା କୁ ନେଇ ମାଲକାନଗିରି ବାସୀ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।