fbpx

୬ ହଜାର ୭୯୪ ପଞ୍ଚାୟତରେ ହେବ ନିର୍ବାଚନ, ରାଜ୍ୟ ନିର୍ବାଚନ କମିଶନ ସଚିବଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତରେ ଏଥର ନିର୍ବାଚନ ହେବ । ସରପଞ୍ଚ ପଦ ପାଇଁ ୩ ହଜାର ୫୦୦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆବର୍ଗଙ୍କ ପାଇଁ ୭୭୮ ସରପଞ୍ଚ ଆସନ ସଂରକ୍ଷିତ ରହିଛି ।

ସେହପରି ୬୭୯୩ ସମିତି ସଭ୍ୟରେ ୩ ହଜାର ୫୩୮ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପଛୁଆ ବର୍ଗଙ୍କ ପାଇଁ ୯୧୩ଟି ଆସନ ସଂରକ୍ଷିତ ରହିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ସଚିବ ସୂଚନା ଦେଇଛନ୍ତି ।

ଏହା ସହିତ ୱାର୍ଡ ମେମ୍ବର ପାଇଁ ୯୧ ହଜାର ୯୧୬ ୱାର୍ଡ ମଧ୍ୟରୁ ୪୯ହଜାର ୪୬୯ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଓ ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ଆସନ ସଂରକ୍ଷିତ ରହିଛି ।

ତେବେ ୨୦୧୭ରେ ୬୮୦୧ ପଞ୍ଚାୟତରେ ନିର୍ବାଚନ ହୋଇଥିଲା । ୭ଟି ପଞ୍ଚାୟତ ଏନଏସିରେ ମିଶିଥିବାରୁ ସେହିଠାରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ ବୋଲି ନିର୍ବାଚନ କମିଶନ ସଚିବ କହିଛନ୍ତି ।

Get real time updates directly on you device, subscribe now.