fbpx

ଡେଟରେ ଗଲାନି Girlfriend; କଫିର ୩୫୦ ଟଙ୍କା ମାଗିଲା ଯୁବକ: ଦେଖନ୍ତୁ ଭାଇରାଲ ଟ୍ୱିଟ୍

ନୂଆଦିଲ୍ଳୀ: ଆମେ ଯାହାକୁ ପସନ୍ଦ କରିଥାଏ ତାଙ୍କ ସହିତ ଡେଟରେ ଯାଇଥାନ୍ତି । ଏବେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ପ୍ରଥମ ଡେଟ ପରେ ଝିଅ ଜଣକ ଦ୍ୱିତୀୟ ଡେଟରେ ଯିବାକୁ ଅରାଜି ହୋଇଥିଲା । ଏହାପରେ ପ୍ରଥମ ଡେଟରେ ପିଇଥିବା କଫିର ପଇସା ଫେରସ୍ତ ମାଗିଥିଲା ଯୁବକ । ସୋସିଆଲ ମିଡିଆରେ ଏମିତି ଏକ ଟ୍ୱିଟ୍ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ମି, ୟୁ ଆଣ୍ଡ ଟୋକିଓ ବା ଲରେନନଟଲୋଜ୍ଜା ନାମକ ଟ୍ୱିଟ୍ଟର ଆକାଉଣ୍ଟରୁ ଏମିତି ଏକ ଟ୍ୱିଟ କରାଯାଇଥିଲା । ଏହି ଟ୍ୱିଟରେ କିଛି ବ୍ୟକ୍ତିଗତ ଚାଟର ସ୍କ୍ରିନଶଟ୍ ଶେୟାର କରାଯାଇଥିଲା ।

ଏହି ମହିଳା ଜଣଙ୍କ ଜଣେ ଯୁବକଙ୍କ ସହିତ ଡେଟରେ ଯାଇଥିଲେ । ପ୍ରଥମ ଡେଟ ପରେ ଯୁବକ ଜଣଙ୍କ ଦ୍ୱିତୀୟ ଡେଟ ପାଇଁ ନିଜ ଘରକୁ ଆମନ୍ତ୍ରଣ କଲେ । ତେବେ ମହିଳା ଜଣଙ୍କ ଏହି ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଏମିତି କିଛି ହୋଇଥିଲା ଯାହା ମହିଳା ଜଣଙ୍କ ସ୍ୱପ୍ନରେ ବି ଚିନ୍ତା କରି ନଥିବେ । ପୁରୁଷ ଜଣଙ୍କ ନିଜ କଫିର ବିଲ ଫେରାଇବା ପାଇଁ ମେସେଜ କରିଥିଲେ । କଫିର ମୂଲ୍ୟ ୩.୫୦ ୟୁରୋ ବା ଭାରତୀୟ ମୁଦ୍ରାରେ ୩୫୦ ଟଙ୍କା ଥିଲା ।

ଏହାର ଜବାବ ଦେବାକୁ ଯାଇ ଯୁବତୀ ଜଣଙ୍କ ଲେଖିଥିଲେ ତୁମକୁ ଖରାପ ଲାଗିବା କଥା । ତୁମ ହିସାବରେ ନହେଲେ ତୁମେ ଏହାକୁ ଅଯଥା ବିବେଚନା କରିବା ଗ୍ରହଣୀୟ ନୁହେଁ । ତୁମକୁ ପଇସା ଫେରେଇବା ପରିବର୍ତ୍ତେ ଏହାକୁ ଦାନ କରିଦେବାକୁ ମୁଁ ପସନ୍ଦ କରିବି । ଏହା ସହିତ ଏଥିରୁ ତୁମକୁ ସାମାନ୍ୟ ବୁଦ୍ଧି ମିଳିବ ବୋଲି ମହିଳା ଜଣଙ୍କ ଟ୍ୱିଟ୍ କରିଛନ୍ତି । ଏହି ଟ୍ୱିଟକୁ ପ୍ରାୟ ୩୫୦୦ ଲୋକ ରିଟ୍ୱିଟ୍ କରି ସାରିଛନ୍ତି ।

Get real time updates directly on you device, subscribe now.