fbpx

ଏହି ଫିଚର ବନ୍ଦ କଲା Twitter; ଜାଣନ୍ତୁ ଏହା କିଭଳି ପ୍ରଭାବିତ କରିବ

ନୂଆଦିଲ୍ଲୀ: ଟ୍ୱିଟ୍ଟରର ପୂର୍ବରୁ ରହିଥିବା ଗୋଟିଏ ଫିଚର ଏବେ ଆଉ କାମ ଦେଉନି । ଅଟୋ ଲୋଡ ନାମ ଫିଚରକୁ ବନ୍ଦ କରି ଦେଇଛି ଟ୍ୱିଟ୍ଟର । ପୂର୍ବରୁ କିଛି ସମୟ ପରେ ଅଟୋମେଟିକ୍ ନୂଆ ଟ୍ୱିଟ ଲୋଡ ହେଉଥିବା ବେଳେ ବର୍ତ୍ତମାନ ଏହି ଫିଚର ବଦଳେଇ ଦେଇଛି ଟ୍ୱିଟ୍ଟର । ଏହି ନୂଆ ଫିଚର ଫଳରେ ବ୍ୟବହାରକାରୀ ନ ଚାହିଁବା ଯାଏଁ ତାଙ୍କ ସ୍କ୍ରିନ ରିଫ୍ରେଶ ହେବ ନାହିଁ ।

ସେପ୍ଟେମ୍ବରରେ କମ୍ପାନୀ ପକ୍ଷରୁ ଏମିତି କିଛି ଫିଚର ଲଞ୍ଚ କରିବା ନେଇ ଘୋଷଣା କରାଯାଇଥିଲା । ଆଇଓଏସ ଏବଂ ଆଣ୍ଡ୍ରଏଡରେ ଏହି ସୁବିଧା ରହିଥିବା ବେଳେ କମ୍ପ୍ୟୁଟରରେ କିନ୍ତୁ ଅଟୋ ରିଫ୍ରେଶ ହେଇଯାଉଥିଲା । ବର୍ତ୍ତମାନର ଏହି ଫିଚର ହଟାଯିବା ପରେ ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏହା ସହିତ ଅଟୋ କ୍ରପର ବ୍ୟବସ୍ଥା ମଧ୍ୟ ହଟାଇବା ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହା ସହିତ ଲାର୍ଜ ଇମେଜ ପ୍ରିଭ୍ୟୁର ବିକଳ୍ପ ମଧ୍ୟ ମିଳିବ ।

Get real time updates directly on you device, subscribe now.