fbpx

ଲକ୍ଷ୍ନୌ ପରେ ଦିଲ୍ଳୀ: କ୍ୟାବ ଡ୍ରାଇଭରଙ୍କୁ ସେକି ଦେଇଗଲେ ଯୁବତୀ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଲକ୍ଷ୍ନୌ ପରେ ଦିଲ୍ଲୀରେ ଘଟିଯାଇଛି ଚାପୁଡା କାଣ୍ଡ । ଜଣେ ଯୁବତୀ ରାସ୍ତା ମଝିରେ ଜଣେ କ୍ୟାବ ଡ୍ରାଇଭରଙ୍କୁ ଚାପୁଡା ମାରିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବେଶ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଭିଡିଓ ତିଆରି କରୁଥିବା ଯୁବକ ଜଣଙ୍କ କ୍ୟାବ ଡ୍ରାଇଭରଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ଏହି ଭିଡିଓ ବନାଇଛନ୍ତି । ମହିଳା ଜଣଙ୍କ ଡ୍ରାଇଭରଙ୍କୁ ଚାପୁଡା ଏବଂ ମୁଥ ମାରି ଚାଲୁଛନ୍ତି । ଏହି ଭିଡିଓଟି ଦିଲ୍ଲୀର ୱେଷ୍ଟ ପଟେଲ ନଗରରେ ଘଟିଥିଲା । କସ୍ତୁରୀ ଲାଲ ଆନନ୍ଦ ମାର୍ଗର ବ୍ଳକ୍-୨୨ରେ ୨-୩ ଦିନ ତଳେ ଏହି ଘଟଣା ଘଟିଥିବା କୁହାଯାଉଛି ।

ତେବେ ଏଯାଏଁ ଦିଲ୍ଳୀ ପୁଲିସ ପକ୍ଷରୁ ଏନେଇ କୌଣସି ମାମଲା ରୁଜୁ କରାଯାଇନାହିଁ । ପୀଡିତଙ୍କ ଅଭିଯୋଗ ପରେ ମାମଲା ଦାୟର କରାଯିବ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦୁଇ ଜଣ ଯୁବତୀ ସ୍କୁଟିରେ ଆସୁଥିବା ବେଳେ ଗହଳି ରାସ୍ତାରେ କ୍ୟାବଟି ତାଙ୍କୁ ସାଇଡ୍ ଦେଇନଥିଲା । ଏଥିରେ ଉତକ୍ଷିପ୍ତ ଯୁବତୀ କ୍ୟାବ ଡ୍ରାଇଭରଙ୍କୁ ମାଡ ମାରିବା ସହିତ ଗାଳିଗୁଲଜ ମଧ୍ୟ କରିଥିଲେ ଯାହାର ଭିଡିଓ ଶେୟାର ହେବା ପରେ ବେଶ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.