fbpx

ସୋସିଆଲ ମିଡିଆକୁ ଫେରିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଇନଷ୍ଟାରେ ସେୟାର କଲେ ଫଟୋ ଓ ଭିଡିଓ

ମୁମ୍ବାଇ (ଭାସ୍କର ନ୍ୟୁଜ୍) : ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାଁରେ ସମନ ଜାରି ହେବା ପରେ ଗତ କିଛିଦିନ ହେବ ସେ ସୋସିଆଲ ମିଡିଆଠାରୁ ବି ଦୂରେଇ ଯାଇଥିଲେ । ଏମିତିକି ସେ ତାଙ୍କ ଜନ୍ମଦିନ ବି ପାଳନ କରି ନ ଥିଲେ ବୋଲି କୁହାଯାଉଥିଲା । କିନ୍ତୁ ଏବେ ପୁଣିଥରେ ଅନନ୍ୟା ସୋସିଆଲ ମିଡିଆକୁ ଫେରିଛନ୍ତି । ନିକଟରେ ସେ କିଛି ଫଟୋ ଓ ଭିଡିଓ ସେୟାର କରି ପୁଣି ଥରେ ତାଙ୍କ ଫ୍ୟାନମାନଙ୍କ ନିକଟତର ହୋଇଛନ୍ତି । ସେ ଏକ ଭିଡିଓ ସେୟାର କରିଛନ୍ତି । ଏହା ବ୍ୟତୀତ କ୍ୟାପଶନରେ ମଧ୍ୟ ବହୁତ କିଛି କହିବାକୁ ଚେଷ୍ଟା କରିଛନ୍ତି । ଏନେଇ ଅନନ୍ୟା ତାଙ୍କ କ୍ୟାପଶନରେ ଲେଖିଛନ୍ତି ବିନା ବର୍ଷାରେ ଆପଣଙ୍କୁ ଇନ୍ଦ୍ରଧନୁ ଦେଖାଯିବ ନାହିଁ । ତେବେ ଅନନ୍ୟା ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ଇନ୍ଦ୍ରଧନୁ ଦେଖିବାକୁ ମିଳିଛି । ଏହା ସହ ଅନେକ ସେଲିବ୍ରିଟିମାନେ ମଧ୍ୟ ନିଜର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

ପ୍ରକାଶ ଥାଉକି, ଏନସିବି ଅନନ୍ୟାଙ୍କ ବିରୋଧରେ ଏପରି କୌଣସି ପ୍ରମାଣ ପାଇନାହିଁ, ଯେଉଁଥି ପାଇଁ ଅଭିନେତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ । ବର୍ତ୍ତମାନ, ଅନନ୍ୟା ତାଙ୍କ କାମକୁ ଜୀବନରେ ବ୍ୟସ୍ତ ଅଛନ୍ତି । ସେ ବର୍ତ୍ତମାନ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । ଷ୍ଟାର କିଡଙ୍କ ଡ୍ରଗ୍ସ ମାମଲା ସହ କନେକଶନକୁ ନେଇ ଚର୍ଚ୍ଚାରେ ରହିବା ଘଟଣା ପରେ ଏବେ ପୁଣିଥରେ ଲାଇମ ଲାଇଟକୁ ଆସି ଦର୍ଶକଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ଅନନ୍ୟା ।

 

 

View this post on Instagram

 

A post shared by Ananya ?? (@ananyapanday)

Get real time updates directly on you device, subscribe now.