fbpx

ମୁଖ୍ୟମନ୍ତ୍ରୀ ନହେବା ପର୍ଯ୍ୟନ୍ତ ବିଧାନସଭାରେ ପାଦ ରଖିବି ନାହିଁ, ସଂକଳ୍ପ ନେଲେ ଚନ୍ଦ୍ରାବାବୁ ନାଇଡୁ

ଅମରାବତୀ: ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନହୋଇଛି, ସେ ପର୍ଯ୍ୟନ୍ତ ବିଧାନସଭାରେ ପାଦ ରଖିବି ନାହିଁ। ଶୁକ୍ରବାର ଏମିତି ଦୃଢ ସଂକଳ୍ପ ନେଇଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଭାବୁକ ହୋଇ ବିରୋଧୀ ଦଳ ନେତା ନାଇଡୁ କହିଛନ୍ତି, କ୍ଷମତାସୀନ ଓ୍ଵାଇଏସଆର କଂଗ୍ରେସର ସଦସ୍ୟ ତାଙ୍କ ପ୍ରତି ଲଗାତାର ବ୍ୟବହାର କରୁଥିବା ଅପଶବ୍ଦକୁ ନେଇ ସେ ମର୍ମାହତ। ଆଜି ସେମାନେ ମୋ ପତ୍ନୀଙ୍କୁ ମଧ୍ୟ ନିରାଶ କରିଛନ୍ତି। ମୁଁ ସର୍ବଦା ସମ୍ମାନ ପାଇଁ ସମ୍ମାନର ସହ ରହି ଆସିଛି। ମୁଁ ଏବେ ଏମିତ ଶବ୍ଦକୁ ଆଉ ସହ୍ୟ କରି ପାରିବି ନାହିଁ ବୋଲି ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।

ବିଧାନସଭା ବାଚସ୍ପତି ତମ୍ମିନେନୀ ସୀତାରାମ ତାଙ୍କ ମାଇକର ସଂପର୍କ କାଟିଥିଲେ ମଧ୍ୟ ନାଇଡୁ କହିବା ଜାରି ରଖିଥିଲେ। କ୍ଷମତାସୀନ ଦଳର ବିଧାୟକ ନାଇଡୁଙ୍କ ଟିପ୍ପଣୀକୁ ନାଟକର ଆଖ୍ୟା ଦେଇଛନ୍ତି। କୃଷି ଆଇନ ଉପରେ ଏକ ସଂକ୍ଷିପ୍ତ ଆଲୋଚନା ସମୟରେ ଗୃହରେ ଉଭୟ ଶାସକ ଏବଂ ବିରୋଧୀ ଦଳର ବିଧାୟକଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନିରାଶ ବ୍ୟକ୍ତ କରିଛନ୍ତି।

ଏହା ପରେ ନିଜ କକ୍ଷରେ ନିଜ ପାର୍ଟିର ବିଧାୟକଙ୍କ ସହ ବୈଠକ କରିଛନ୍ତି। ଏହି ସମୟରେ ସେ ବହୁତ ଭାବୁକ ହୋଇ ପଡିଥିଲେ। ବିଧାୟକମାନେ ନାଇଡୁଙ୍କୁ ସାନ୍ତ୍ଵନା ଦେବା ପରେ ସମସ୍ତ ବିରୋଧୀ ବିଧାୟକ ଗୃହକୁ ଫେରିଥିଲେ। ଏହି ସମୟରେ ନାଇଡୁ ଘୋଷଣା କରିଛନ୍ତି ଯେ, କ୍ଷମତାକୁ ନ ଫେରିବା ଯାଏଁ ସେ ବିଧାନସଭା ଗୃହରେ ପାଦ ରଖିବେ ନାହିଁ।

ଚନ୍ଦ୍ରବାବୁ ନାଇଡୁ ସାମ୍ଵାଦିକ ସମ୍ମିଳନୀରେ କିଛି ମିନିଟ୍ ନିଜର କୋହ ସମ୍ଭାଳି ପାରିନଥିଲେ ଏବଂ କଥା ମଧ୍ୟ କହି ପାରିନଥିଲେ। ସେ ନିଜର ଚେହେରା ମଧ୍ୟ ଢାଙ୍କି ଦେଇଥିଲେ। ଟିଡିପିର ମୁଖ୍ୟାଳୟରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ମୋର ପତ୍ନୀ କେବେ ବି ରାଜନୀତି କରି ନାହିଁ।

Get real time updates directly on you device, subscribe now.