fbpx

କମଲା ହାରିସଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ! ଜାଣନ୍ତୁ କାରଣ

ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତି କ୍ଷମତା । ସ୍ୱଳ୍ପ ସମୟ ପାଇଁ ଉପରାଷ୍ଟ୍ରପତି କମଲା ହାରିସଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୱାଲଟର ରିଡ ମିଲିଟାରୀ ହସ୍ପିଟାଲରେ ବାଇଡେନଙ୍କ କଲୋନୋସ୍କୋପି କରାଯିବ । ସେଥିପାଇଁ ଆନାସ୍ଥେସିଆ ଦିଆଯିବ । ଆଉ ସେହି ସମୟରେ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବେ କମଲା ହାରିସ୍ ।

ଆମେରିକା ଇତିହାସରେ ପ୍ରଥମ ମହିଳା ଭାବରେ ତାଙ୍କୁ ଏହି କ୍ଷମତା ମିଳିବ । ୨୫୦ ବର୍ଷ ମଧ୍ୟରେ ଆମେରିକାରେ କୌଣସି ମହିଳାଙ୍କୁ ରାଷ୍ଟ୍ରପତି ଦାୟିତ୍ୱ ମିଳିନି । ଆମେରିକା ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତି ଆନାସ୍ଥେସିଆରେ ରହିଥିବାବେଳେ ତାଙ୍କୁ ଉପରାଷ୍ଟ୍ରପତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ପଡ଼ିବ । ପୂର୍ବରୁ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁସଙ୍କ ସମୟରେ ଦୁଇଥର ଏପରି କରାଯାଇଛି । ୨୦୦୨ ଓ ୨୦୦୭ରେ କଲୋନୋସ୍କୋପ ପାଇଁ ତାଙ୍କୁ ଆନାସ୍ଥେସିଆ ନେବାକୁ ପଡ଼ିଥିଲା ଏବଂ ସେ ଉପରାଷ୍ଟ୍ରପତିଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ । ଆଗରୁ କେବେ ବି ମହିଳାଙ୍କୁ କ୍ଷମତା ହସ୍ତାନ୍ତର କରାଯାଇନଥିଲା । ଶନିବାର ୭୯ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଛନ୍ତି । ଆମେରିକା ରାଷ୍ଟ୍ରପତି ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି ।

Get real time updates directly on you device, subscribe now.