fbpx

ଚଳନ୍ତା ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରୁ ବାହାରିଗଲା ଚକା, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲ୍ପର୍

ଟାଙ୍ଗୀ-ଚୌଦ୍ୱାର (ଭାସ୍କର ନ୍ୟୁଜ୍‌) : ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ଚାଉଳିଆ ପୋଲ ଉପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାଥାଉକି, ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ (ଓଡ଼ି୦୨ଏୱାଇ୦୫୮୦) ଚଳନ୍ତା ଅବସ୍ଥାରେ ତାର ପଛର ବାମ ପଟ ଚକାଟି ଫାଟି ବାହାରି ଯିବାରୁ ଆମ୍ବୁଲାନ୍ସଟି ଘୋଷାରି ଘୋଷାରି ଯାଇ ଅଟକି ଯାଇଥିଲା । ପାଖରେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଚାଉଳିଆ ପୋଲ ନିକଟରେ ଅଟକି ଯାଇଥିଲା।ସୌଭାଗ୍ୟବଶତଃ ଏହି ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବା ବେଳେ ଡ୍ରାଇଭର ଓ ହେଲପର ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ ।

ଅନ୍ୟପକ୍ଷରେ ଚୌଦ୍ୱାର ମଧ୍ୟ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ବନ୍ଦ ରହିଥିବା ବେଳେ ରାସ୍ତା ଖାଲଖମାରେ ଭର୍ତ୍ତି ହେବା ସହ ମରଣଯନ୍ତା ପାଲଟିଛି । ବିଭିନ୍ନ ସମୟରେ ଅନେକ ଗାଡ଼ି ଏହି ରାସ୍ତାରେ ଓଲଟି ପଡ଼ିବା ଓ ଚକା ଫାଟିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ଆଗକୁ ଏହି ରାସ୍ତାକାମ ଯଥାଶୀଘ୍ର ସଂପନ୍ନ ନ ହେଲେ ଏହିଭଳି ଘଟଣା ବାରମ୍ବାର ଦେଖିବାକୁ ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.