fbpx

୧୦ ବର୍ଷ ଧରି ଆଇନ୍ ସହ ଲଢ଼ି ଆସୁଥିଲେ ଗରିବ ବିଧବା, ଏବେ ପେନସନ୍ ମଞ୍ଜୁର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଗରିବଙ୍କୁ ନ୍ୟାୟ ମିଳିବା ଯେ କେତେ କଷ୍ଟକର ବ୍ୟାପାର ତାହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଜଣେ ବିଧବା ୧୦ ବର୍ଷ ଧରି ଆଇନ ସହ ଲଢ଼ାଇ କରିବା ପରେ ଏବେ ନ୍ୟାୟ ପାଇଛନ୍ତି । ତାଙ୍କୁ ପେନସନ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜଷ୍ଟିସ ଆର. ସୁଭାଷ ରେଡ୍ଡୀ ଓ ଜଷ୍ଟିସ ଋଷିକେଶ ରାୟଙ୍କ ପକ୍ଷରୁ ଏହି ରାୟ ଶୁଣାଣି କରାଯାଇଛି ।

ଗତ ୨୦୧୧ ମସିହା ଜାନୁଅରୀ ୧୨ ତାରିଖରେ ବିଧବାଙ୍କ ପତିଙ୍କର ମୃତ୍ୟୁ ହୋଇଯାଇଥିଲା । ତେଣୁ ୧୯୯୮ ପେନସନ ଯୋଜନାର ନିୟମକୁ ଆଧାର କରି ତାଙ୍କୁ ଶତ ପ୍ରତିଶତ ପେନସନ ମିଳିବା ନେଇ ସେ ଦାବି କରିଥିଲେ । ଏହାପରେ ସେ ୨୦୧୨ ସେପ୍ଟେମ୍ବର ୩୦ ତାରିଖରେ କୋଲ ମାଇନ୍ସ ପେନସନ ସ୍କିମରେ ସହାୟତା ପାଇବା ପାଇଁ ଆବେଦନ କରିଥିଲେ । ତେବେ ଏହି ଆବେଦନ ଖାରଜ ହେବା ପରେ ମହିଳା ୟାଚିକା ମାଧ୍ୟମରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମଧ୍ୟ ଏହାକୁ ଖାରଜ କରିଦେଇଥିଲେ । ପେନସନଭୋଗୀଙ୍କ ଦ୍ୱାରା ଦିଆଯାଥିବା ସେବା ପାଟନା ହାଇକୋର୍ଟଙ୍କ କ୍ଷେତ୍ରୀୟ ଅଧିକାର କ୍ଷେତ୍ର ବାହାରେ ଥିବାରୁ ଏହା ଶୁଣାଣି ଯୋଗ୍ୟ ନୁହେଁ ବୋଲି କୁହାଯାଇଥିଲା । ତେବେ ୧୯୯୮ର କୋଇଲା ଖଣି ପେନସନ ଯୋଜନା ମାଧ୍ୟମରେ କର୍ମଚାରୀଙ୍କୁ ସାମାଜିକ-ଆର୍ଥିକ ନ୍ୟାୟ ପ୍ରଦାନ ସହ ସାମାଜିକ ସୁରକ୍ଷା ପ୍ରଦାନ କରିଥାଏ ବୋଲି ଖଣ୍ଡପୀଠ କହିଛନ୍ତି । ତେବେ ବିଧବାଙ୍କ ପତିଙ୍କ ମୃତ୍ୟୁ ବେଳକୁ ଏହି ନିୟମ ପ୍ରଚଳିତ ଥିଲା, ତେଣୁ ତାଙ୍କୁ ପେନସନ ମିଳିବା ଯଥାର୍ଥ ବୋଲି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ।

Get real time updates directly on you device, subscribe now.