fbpx

ବିନା ପରୀକ୍ଷାରେ ଚାକିରି ମିଳିବାର ସୁବର୍ଣ୍ଣ ସୁଯୋଗ: ଜାଣନ୍ତୁ ଆବେଦନର ଅନ୍ତିମ ତାରିଖ

ନୂଆଦିଲ୍ଳୀ: ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି । ଏମିତି ଏକ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ରେଶମ ବୋର୍ଡ ପକ୍ଷରୁ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରାଯାଇଛି । ଏହି ପଦବୀ ଗୁଡିକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ଆବେଦନର ଅନ୍ତିମ ତାରିଖ ରହିଛି । ସମୁଦାୟ ୬୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ କେନ୍ଦ୍ରୀୟ ରେଶମ ବୋର୍ଡର ଆଧିକାରିକ ୱେବସାଇଟ http://csb.gov.in/ରେ ଆପଣ ଆବେଦନ କରି ପାରିବେ ।

ଏହା ସହିତ ଏହି ଲିଙ୍କ https://csb.gov.in/wp-content/uploads/2021/11/Advertisement-for-Post-of-Trainer-Training-Assistantରେ କ୍ଲିକ୍ କଲେ ଆପଣ ସମସ୍ତ ବିଜ୍ଞପ୍ତି ଏବଂ ଅପଲୋଡର ସୂଚନା ପାଇପାରିବେ । ସୋମବାର ସନ୍ଧ୍ୟା ୬ ଟା ସୁଦ୍ଧା ଏହି ଲିଙ୍କରେ କ୍ଲିକ୍ କରି ଆବେଦନ କରି ନିଅନ୍ତୁ । ସମୁଦାୟ ୬୦ ପଦବୀ ମଧ୍ୟରୁ ୩୦ଟି ଟ୍ରେନର ଏବଂ ୩୦ଟି ଆସିଷ୍ଟାଣ୍ଟ ଟ୍ରେନର ପଦ ଖାଲି ରହିଛି । ୧୦ମ ଓ ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଅଭ୍ୟାର୍ଥୀଙ୍କୁ ଏହି ଚାକିରିର ସୁଯୋଗ ମିଳିବ । ଏହା ସହିତ ପ୍ରାର୍ଥୀଙ୍କ ନିକଟରେ ଆଇଟିଆଇ ଡିଗ୍ରୀ ରହିଥିବା ଆବଶ୍ୟକ । ସର୍ବାଧିକ ବୟସସୀମା ୩୫ ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ଏହାକୁ ୫ ବର୍ଷ କମ ରଖାଯାଇଛି । ମାର୍କ ଅନୁସାରେ ଚୟନ ହେବା ପରେ ପ୍ରାର୍ଥୀ ମାନଙ୍କୁ ବାରଣାସୀ, ଆଜମଗଡ ଓ ସୋନଭଦ୍ରାରେ ନିଯୁକ୍ତି ପ୍ରଦାନ କରାଯିବ ।

Get real time updates directly on you device, subscribe now.