fbpx

କମଲ ହସନ କରୋନା ଆକ୍ରାନ୍ତ; ଟ୍ୱିଟ୍ କରି ସୂଚନା ଦେଲେ ଅଭିନେତା

ନୂଆଦିଲ୍ଲୀ: ତାମିଲ ସୁପରଷ୍ଟାର ତଥା କିମ୍ବଦନ୍ତୀ ଅଭିନେତା କମଲ ହସନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଆମେରିକାରୁ ଫେରିଥିବା କମଲ ହସନଙ୍କ ନିକଟରେ କଫ ଓ କାଶର ଲକ୍ଷଣ ଦେଖା ଦେବା ପରେ ତାଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା । ଏହାପରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଆମେରିକାରେ ନିଜର କପଡା ବ୍ରାଣ୍ଡ କମଲସ ହାଉସ ଅଫ ଖଦ୍ଦର ଲଞ୍ଚ କରି ଫେରିବା ପରେ କରୋନା ଆକ୍ରାନ୍ତ ହୋଇଛନ୍ତି ।

ତାମିଲରେ ଟ୍ୱିଟ କରିବା ସହିତ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କମଲ ହସନ ସୂଚନା ଦେଇଛନ୍ତି । ଏହା ସହିତ ଚଳିତ ସପ୍ତାହର ବିଗବସ୍ ଏବଂ ଲୋକେଶ କଙ୍ଗାରରାଜଙ୍କ ବିକ୍ରମର ସୁଟିଂ ମଧ୍ୟ ମିଶ କରିବେ ବୋଲି ଜଣାପଡିଛି । ସାଧାରଣତଃ ମୁଁ ଶୁଟିଂ ମିସ କରିନଥାଏ ମାତ୍ର ଆମେରିକାରୁ ଫେରିବା ପରେ କରୋନା ଆକ୍ରାନ୍ତ ହେବା ସହିତ ଶୁଟିଂ ମିସ କରିବା ପାଇଁ ବାଧ୍ୟ ହୋଇଛି ।

Get real time updates directly on you device, subscribe now.