fbpx

ଆମିଷ ଖାଇବାରେ ଭାରତର ଏହି ରାଜ୍ୟର ଲୋକମାନେ ସବୁଠୁ ଆଗରେ, ମାତ୍ର ୨୬ ପ୍ରତିଶତ ହେଉଛନ୍ତି ଶାକାହାରୀ; ଜାଣନ୍ତୁ କଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ଖାଦ୍ୟ ପେୟ ମାମଲାରେ ଭାରତୀୟ ମାନେ ସବୁଠୁ ଆଗରେ ରହିଛନ୍ତି । ନାନା ପ୍ରକାର ବ୍ୟଞ୍ଜନ ତିଆରି କରି ଖାଇବା ଭାରତୀୟଙ୍କୁ ଖୁବ୍ ପସନ୍ଦ । ଏହି କ୍ରମରେ ନ୍ୟାସନାଲ୍ ଫ୍ୟାମିଲି ହେଲଥ୍ ସର୍ଭେ ରୁ ଏକ ରିପୋର୍ଟ ପ୍ରକାଶ ପାଇଛି ଯାହା ଦର୍ଶାଉଛି ଯେ, ଭାରତରେ କେତେ ପ୍ରତିଶତ ଲୋକ ଆମିଷ ଖାଆନ୍ତି ଓ କେଉଁ ମାନେ ଶାକାହାରୀ ରହିଛନ୍ତି ।

ନ୍ୟାସନାଲ୍ ଫ୍ୟାମିଲି ହେଲଥ୍ ସର୍ଭେ-୨୦୧୫-୧୬ ଓ ଭାରତ ସରକାରଙ୍କ ଜନଗଣନା ୨୦୧୧ର ଆକଳନକୁ ମିଳିତ ଭାବେ ନେଇ ଏହି ରିପୋର୍ଟକୁ ତିଆରି କରାଯାଇଛି । ଦେଶରେ ୩୦ ପ୍ରତିଶତ ମହିଳା ଓ ୨୨ ପତିଶତ ପୁରୁଷ ଶାହାହାରୀ ଭୋଜନ କରିଥାନ୍ତି । ଏମାନେ ମାଛ, ଅଣ୍ଡା ମାଂସ ଆଦି ଖାଆନ୍ତି ନାହିଁ । ସର୍ଭେ ଅନୁସାରେ, ୨୦୦୪-୦୫ରୁ ୨୦୧୫-୧୬ ମଧ୍ୟରେ ଲୋକଙ୍କ ଖାଦ୍ୟପେୟରେ ବିଶେଷ ପରିବର୍ତ୍ତନ ଆସିନାହିଁ । ସେହିପରି ଆମିଷ ଖାଦ୍ୟ ଭୋଜନ କରିବା କଥା ଯଦି ଦେଖିବା ତେବେ ଭାରତରେ ମାଂସାହାରୀ ଲୋକ ଅଧିକ ରହିଛନ୍ତି ।

ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସବୁଠାରୁ ଅଧିକ ଲୋକ ଆମିଷ ଖାଆନ୍ତି । ଏସବୁରେ ୯୮ ପ୍ରତିଶତ ଲୋକ ଆମିଷ ଖାଇଥାନ୍ତି । ସେହିପରି ଓଡ଼ିଶା ଓ ତାମିଲନାଡ଼ୁରେ ୯୭ ପ୍ରତିଶତରୁ ଅଧିକ ମାଂସାହାରୀ ହୋଇଥିବା ବେଳେ କେରଳ, ଝାଡଖଣ୍ଡରେ ୯୬ ପ୍ରତିଶତ, ବିହାରରେ ୯୨-୯୩ ପ୍ରତିଶତ ଲୋକ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି ।

୨୦୧୧ ଜନଗଣନା ଆଧାରରେ ତିଆରି ହୋଇଥିବା ବେସଲାଇନ୍ ରିପୋଟ-୨୦୧୪ ଅନୁସାରେ, ସବୁଠାରୁ ଅଧିକ ଶାକାହାରୀ ଲୋକ ରାଜସ୍ଥାନରେ ରହିଛନ୍ତି । ଏଠାରେ ପ୍ରାୟ ୭୪ ପ୍ରତିଶତ ଲୋକ ଆମିଷପ୍ରିୟ ନୁହନ୍ତି । ଏହାପରେ ରହିଛି ହରିୟାଣା, ପଞ୍ଜାବ । ଏହି ଦୁଇ ରାଜ୍ୟରେ ଯଥାକ୍ରମେ ୬୯ ପ୍ରତିଶତ ଓ ୬୫ ପ୍ରତିଶତ ଲୋକ ଶାକାହାରୀ ଭୋଜନ ଗ୍ରହଣ କରନ୍ତି ।

Get real time updates directly on you device, subscribe now.