fbpx

ଦାମି ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ଫ୍ଲାଇଂ ସ୍କ୍ୱାର୍ଡ଼, କ୍ୟୁଣ୍ଟାଲ୍‌ରୁ ଊଦ୍ଧ୍ୱର୍ ଗଞ୍ଜେଇ ଜବତ, ଜଣେ ଗିରଫ

ଟାଙ୍ଗୀ-ଚୌଦ୍ୱାର (ଭାସ୍କର ନ୍ୟୁଜ୍‌) : କଟକ ଫ୍ଲାଇଂ ସ୍କ୍ୱାର୍ଡ଼ ତରଫରୁ ନିର୍ଗୁଣ୍ଡିରେ ଥିବା ପୁରୁଣା ଟୋଲ ପ୍ଲାଜା ନିକଟରୁ ବିପୁଳ ପରିବମାଣର ଗଂଜେଇ ସହ ଏକ ହୁଣ୍ଡାଇ ଭରେନା ଜବତ ହୋଇଥିବା ଜଣାପଡ଼ିଛି । ବିଶେଷସୂତ୍ରରୁ ଖବର ପାଇ ଫ୍ଲାଇଂ ସ୍କ୍ୱାର୍ଡ଼ର ଏକ୍ସସାଇଜ୍‌ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ନିଜର ଟିମ୍‌ ସହ ସୁ ରିଟେଣ୍ଡ ଦେବାଶିଷ ପଟେଲ ଟୋଲ ପ୍ଲାଜା ନିକଟରେ ଗଂଜେଇ ଗାଡ଼ିକୁ ଜଗି ରହିଥିଲେ । କଟକ ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ଚକଲେଟ୍‌ ରଙ୍ଗର ନମ୍ବରବିହୀନ ଗାଡ଼ିଟିକୁ ଦେଖି ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗାଡ଼ିଟି ତାଙ୍କୁ ଅତିକ୍ରମ କରି ଖସିଯାଉଥିବା ବେଳେ ତାହାର ପିଛା କରି ତାକୁ କାବୁ କରିଥିଲେ ।

ଗାଡ଼ିରେ ଥିବା ଗଞ୍ଜେଇର ପରିମାଣ ପାଖାପାଖି ୧କ୍ୱିଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ସ୍କ୍ୱାର୍ଡ଼ ତରଫରୁ ଜଣାପଡ଼ିଛି । ଉକ୍ତ ଗାଡ଼ିର ଡ୍ରାଇଭର ତଥା ଅଭିଯୁକ୍ତ ପଶ୍ଚିମବଙ୍ଗର ରାହୁଲ ଗୁପ୍ତା ବୋଲି ଜଣାପଡ଼ିଥିବା ବେଳେ ଏହି ଗଞ୍ଜେଇ ଗଜପତି ଜିଲ୍ଲାର କନ୍ଧମାଳରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି । ଉକ୍ତ ଚଢ଼ାଉରେ ଫ୍ଲାଇଂ ସ୍କ୍ୱାର୍ଡ଼ ତରଫରୁ କଟକ ଫ୍ଲାଇଂ ସ୍କ୍ୱାର୍ଡ଼ ଆଇଆଇସି ଉମାକାନ୍ତ ସ୍ୱାଇଁ, ସଚିନ ବେହେରା, ସାକିର ଉଲ୍ଲା, ନଟବର ମଲ୍ଲିକ, ବ୍ରଜକିଶୋର ବିନ୍ଧାଣୀ, ମୋତିଲାଲ ମହନ୍ତ, ଦିଲ୍ଲୀପ କୁମାର ନନ୍ଦ, ଅଜୟ ବେହେରା, ଦେବାଶିଷ ବେହେରା, ପ୍ରଦ୍ୟୁମ୍ନ ପାତ୍ର, ଦିଲଜିତ୍‌ ଦାସ ପ୍ରମୁଖ ସାମଲି ଥିଲେ ।

Get real time updates directly on you device, subscribe now.