fbpx

ସ୍ଥଗିତ ରହିଲା ଟ୍ରାକ୍ଟର ରାଲି; ଜାରି ରହିବ ଆନ୍ଦୋଳନ

ନଭେମ୍ବର କରିବାକୁ ଥିବା ଟ୍ରାକ୍ଟର ରାଲିକୁ ସ୍ଥଗିତ ରଖିଲା ମିଳିତ କୃଷକ ମୋର୍ଚ୍ଚା । କିନ୍ତୁ ସରକାର ସର୍ବନିମ୍ନ ସହାୟତା ମୂଲ୍ୟ, ବିରୋଧ ସମୟରେ ଚାଷୀଙ୍କ ମୃତ୍ୟୁ ଏବଂ ଲଖୀମପୁର ମାମଲାରେ ଉପରେ ଆଲୋଚନା ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛି ମୋର୍ଚ୍ଚା । ଶନିବାର ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ବୈଠକରେ ଏହି ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ମୋର୍ଚ୍ଚା ।

ଦାବି ନେଇ ସରକାରଙ୍କୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ସରକାରଙ୍କ ନିଷ୍ପତି ପରେ ଚାଷୀ ସଂଗଠନ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ । ଟ୍ରାକ୍ଟର ରାଲି ସ୍ଥଗିତ ରହିଥିଲେ ମଧ୍ୟ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତି ନେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଆସନ୍ତା ୪ ତାରିଖରେ ପୁଣି ଥରେ ବୈଠକ ହେବ ।

ଆସନ୍ତା ନଭେମ୍ବର ୨୯ ତାରଖରୁ ସଂଦଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଏହି ଅବସରରେ ଚାଷୀମାନେ ଟ୍ରାକ୍ଟର ରାଲି ବାହାର କରିବା ପାଇଁ ଚାଷୀ ସଂଗଠନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ସେପଟେ କୃଷି ଆଇନ ଉଚ୍ଛେଦ ପାଇଁ ସରକାର ପଦକ୍ଷେପ ନେଉଥିବାବେଳେ ଆଉ ଆନ୍ଦୋଳନ ନକରି ଫେରିଯିବାକୁ କହିଛନ୍ତି କୃଷିମନ୍ତୀ ନରେନ୍ଦ୍ର ସିଂ ତୋମାର ।

Get real time updates directly on you device, subscribe now.