fbpx

ଜିଓର ଡବଲ ଧମାକା; ଆସନ୍ତା ବର୍ଷ ଲଞ୍ଚ କରିବ ଟିଭି ଏବଂ ଟାବଲେଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଟେକ୍ନୋଲୋଜୀ ଦୁନିଆରେ ବଡ଼ ଧମାକା କରିବାକୁ ଯାଉଛି ଜିଓ । ଏକ ରିପୋର୍ଟ ଅନୁଯାୟୀ ଜିଓ ଏହାର ପ୍ରଥମ ଟିଭି ଜିଓ ଟିଭି ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏତିକି ନୁହେଁ କମ୍ପାନୀ ଜିଓ ଟିଭି ସହ ନିଜର ପ୍ରଥମ ଟାବଲେଟ ମଧ୍ୟ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଦୁଇ ପ୍ରୋଡକ୍ଟକୁ ବଜାରରେ ଆସନ୍ତା ବର୍ଷ ଲଞ୍ଚ କରିପାରେ । ତେବେ ଏନେଇ କୌଣସି ପ୍ରକାର ଅଫିସିଆଲ ବିବୃତ୍ତି ମିଳିନାହିଁ ।

କୁହାଯାଉଛି ଜିଓ ଟିଭି କମ୍ପାନୀର ପ୍ରଥମ ଆଣ୍ଡ୍ରଏଡ ଟିଭି ହେବ । ଏଥିରେ ଇନ-ବିଲ୍ଟ ଓଟିଟି ଆପ୍ସ ଦିଆଯିବ । ହୋଇପାରେ ଏଥିରେ ଜିଓ ଫାଇବର କନ୍ସେକନ ମଧ୍ୟ ମିଳିପାରେ । ସେହିଭଳି ଜିଓ ଏହାର ଟାବଲେଟ ପ୍ରଗତି ଓଏସ ଦ୍ୱାରା ପରିଚାଳିତ ହୋଇପାରେ । ଏଥିରେ କ୍ୱାଲକମ ସ୍ନାପଡ୍ରାଗନ ପ୍ରୋସେସର ରହିପାରେ । କୁହାଯାଉଛି ଏହି ଟାବଲେଟ ଅତି ସୁଲଭ ମୂଲ୍ୟରେ ମିଳିପାରେ, ଏବଂ ଏହା ମାର୍କେଟରେ ପୂର୍ବରୁ ଥିବା ଟାବଲେଟକୁ ଟକ୍କର ଦେବ ।

Get real time updates directly on you device, subscribe now.