fbpx

ରୋନାଲଡୋଙ୍କୁ ପଛରେ ପକାଇଲେ ମେସି, ୭ମ ଥର Ballon d’or ପୁରସ୍କାର ଜିତି କଲେ ରେକର୍ଡ

ନୂଆଦିଲ୍ଲୀ: ପର୍ତ୍ତୁଗାଲର ତାରକା ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବାଇର୍ନ ମ୍ୟୁନିକ୍ ତାରକା ରବର୍ଟ ଲେୱାଣ୍ଡୋସ୍କିଙ୍କୁ ପଛରେ ପକାଇଲେ ଲିଓନେଲ ମେସି । ଆର୍ଜେଣ୍ଟିନାର ତାରକା ଫୁଟବଲର୍ ଲିଓନେଲ ମେସି ପୁଣି ଥରେ ବଲନ୍ ଡି’ଅର୍ ପୁରସ୍କାର ଜିତିଛନ୍ତି । ସପ୍ତମ ଥର ପାଇଁ ଏହି ପୁରସ୍କାର ହାସଲ କରି ରେକର୍ଡ କରିଛନ୍ତି ।

ଏହାପୂର୍ବରୁ, ଲିଓନେଲ ମେସି ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଏବଂ ୨୦୧୯ ରେ ମେସି ବଲନ୍ ଡି’ଅର୍ ପୁରସ୍କାର ଜିତିଥିଲେ । ଅନ୍ୟ କୌଣସି ଖେଳାଳି ଏତେ ଥର ଏହି ପୁରସ୍କାର ଜିତି ନାହାଁନ୍ତି । ବଲନ୍ ଡି’ଅର୍ ପୁରସ୍କାର ଗୁଡିକ ଫ୍ରାନ୍ସର ଫୁଟବଲ୍ ପତ୍ରିକା ବଲନ୍ ଡି’ଅର୍ ଦ୍ୱାରା ପ୍ରଦାନ କରାଯାଇଛି । ଏହି ପୁରସ୍କାର ପ୍ରତିବର୍ଷ କ୍ଲବ ଏବଂ ଜାତୀୟ ଦଳର ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କୁ ଦିଆଯାଏ ।

 

Get real time updates directly on you device, subscribe now.