fbpx

ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ ଅମୃତଭଣ୍ଡା, ଶରୀର ପାଇଁ ବଡ଼ କ୍ଷତି

ଭୁବନେଶ୍ୱର: ଅମୃତଭଣ୍ଡା ଏକ ଏପରି ଫଳ, ଯାହାକି ସବୁ ସ୍ଥାନରେ ଅତି ସହଜରେ ମିଳିଯାଏ । ଏଥିରେ ଫାଇବର, ମିନେରାଲ୍ସ, ଭିଟାମିନ ସି ଓ ଆଣ୍ଟିଅକ୍ସିଟାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଏହି କାରଣରୁ ଓଜନ କମାଇବା ସହିତ ଶରୀରକୁ ଅନେକ ରୋଗରୁ ଦୂରେଇ ରଖିବାରେ ଅମୃତଭଣ୍ଡା ଲାଭଦାୟକ ବୋଲି କୁହାଯାଏ । ପ୍ରତିଦିନ ଅମୃତଭଣ୍ଡା ଖାଇବା ଦ୍ୱାରା ହାର୍ଟ ଜନିତ ରୋଗ, ମଧୁମେହ, କ୍ୟାନ୍ସର ଓ ବ୍ଲାଡ ପ୍ରେସରର ସମସ୍ୟା ଦୂର ହୋଇଥାଏ । ଅମୃତଭଣ୍ଡା ଖାଇବାର ଅନେକ ଭଲ ଗୁଣ ରହିଥିଲେ ବି କିଛି ଲୋକଙ୍କ ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁମାନେ ଅମୃତ ଭଣ୍ଡା ଖାଇବା ଅନୁଚିତ୍…

ଗର୍ଭବତୀ ମହିଳାମାନେ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ । ଭଣ୍ଡାରେ ଲାଟେକ୍ସ ଓ ପେପେନ୍ ଥାଏ, ଯାହାକି ଗର୍ଭାଶୟକୁ ସଂକୋଚ କରିପାରେ । ଏହି କାରଣରୁ ଲେବର ପେନ୍ ସମୟ ପୂର୍ବରୁ ହୋଇଥାଏ । ଏହା ଭ୍ରୃଣକୁ ସାହାର ଦେଉଥିବା ମେମ୍ବାନକୁ ମଧ୍ୟ ଦୁର୍ବଳ କରିଥାଏ ।

– ଅମୃତଭଣ୍ଡା ଖାଇବା ଦ୍ୱାରା ହାର୍ଟ ସହିତ ଜଡ଼ିତ ରୋଗର ବିପଦ କମ୍ ହେବାର ସମ୍ଭାବନା ରହିଛି । କିନ୍ତୁ ଯଦି ଆପଣ ପୂର୍ବରୁ ହିଁ ଅନିୟମିତ ହୃଦସ୍ପନ୍ଦନ ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଅମୃତଭଣ୍ଡା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।

ଲେଟେକ୍ସ ଆଲର୍ଜିରେ ପୀଡତ ଲୋକମାନଙ୍କୁ ଅମୃତଭଣ୍ଡାରୁ ଆଲର୍ଜି ହୋଇପାରେ । ଏହାର କାରଣ ହେଉଛି କି, ଅମୃତଭଣ୍ଡାରେ ଚିଟିନାସେସ୍ ନାମକ ଏକ ଏନଜାଇମ୍ ଥାଏ । ଏହି ଏନଜାଇମ ଗୁଡିକ ଶରୀରରେ କ୍ରସ୍ –ରିଏକ୍ସନ ସୃଷ୍ଟି କରିଥାଏ । ଏଥିରେ ଛିଙ୍କିବା, ବିଶ୍ୱାସ ନେବାରେ ଅସୁବିଧା, କାଶ ଓ ଆଖିରେ ପାଣି ଆସିବା ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

-ଅମୃତ ଭଣ୍ଡାରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ । ଏଥିରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ କିଡନୀ ଷ୍ଟୋନର ସମସ୍ୟାକୁ ଆହୁରି ବଢ଼ାଇବାରେ କାମ କରିଥାଏ । ଭିଟାମିନ୍ ସି ଅଧିକ ମାତ୍ରାରେ ଥିବାରୁ ଏହାର ଅଧିକ ଖାଇବା ଦ୍ୱାରା କ୍ୟାଲସିୟମ ଅକ୍ସାଲେଟ୍ କିଡନୀ ଷ୍ଟୋନ ସୃଷ୍ଟି କରିପାରେ । ଏହା ପଥର ଆକାରର ହୋଇପାରେ । ଏଥିରେ ପରିସ୍ରା କରିବା ବେଳେ ବହୁତ କଷ୍ଟକର ହୋଇଥାଏ ।

-ମଧୁମେହ ବା ଡାୟବେଟିଜ୍ ରୋଗୀଙ୍କ ପାଇଁ ଅମୃତଭଣ୍ଡା ଅତ୍ୟନ୍ତ ଲାଭଦାୟକ ହୋଇଥାଏ , କାହିଁକି ନା ଏହା ବ୍ଲାଡ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । କିନ୍ତୁ ଯେଉଁମାନଙ୍କର ହାଇପୋଗ୍ଲାଇସୋମିଆର ସମସ୍ୟା ରହିଛି ଅର୍ଥାତ୍ ଯେଉଁମାନଙ୍କ ବ୍ଲଡ ସୁଗାର ସ୍ତର କମ୍ ରହିଛି, ସେମାନେ ଅମୃତ ଭଣ୍ଡା ଖାଇବା ବିଲକୁଲ ଉଚିତ୍ ନୁହେଁ । ଏହାର କାରଣ ହେଉଛି ଏଥିରେ ଆଣ୍ଟି-ହାଇପୋଗ୍ଲାଇସେମିକ କିମ୍ବା ଗ୍ଲୁକୋଜ କମାଇବାର ଉପାଦାନ ରହିଥାଏ ।

Get real time updates directly on you device, subscribe now.