fbpx

ପୁଣି ଥରେ ଉଡାଣ ଭରିବ ଜେଟ୍ ଏୟାରୱେଜ , ବୋଇଙ୍ଗଠୁ କିଣିବ ୧୦୦ ବିମାନ

ନୂଆଦିଲ୍ଲୀ : ପୁଣି ଥରେ ଉଡାଣ ଭରିବାକୁ ପ୍ରସ୍ତୁତି କରୁଛି ଜେଟ୍ ଏୟାରୱେଜ । ଏହି କ୍ରମରେ ଏୟାରଲାଇନ୍ସ ପ୍ରାୟ ୧୦୦ ବିମାନ କିଣିବା ପାଇଁ ଗ୍ଲୋବାର ଏରୋସ୍ପେସ୍ କମ୍ପାନୀ ବୋଇଙ୍ଗକୁ ଅର୍ଡର ଦେଇଛି । ୧୦୦ ବିମାନ ପାଇଁ ପ୍ରାୟ ୧୨ ମିଲିୟନ ଡଲାରର ରାଜିନାମା ହୋଇଛି ।

ବ୍ଲୁମର୍ଗ କ୍ୱିଣ୍ଟର ରିପୋର୍ଟ ଅନୁଯାୟୀ, ବିମାନ ନିର୍ମାଣକାରୀ କମ୍ପାନୀ ବୋଇଙ୍ଗଠୁ ୧୦୦ ବିମାନ କିଣିବା ପାଇଁ ଜେଟ୍ ଏୟାରୱେଜ ସହ ଆଲୋଚନା ଜାରି ରହିଛି । ଏଥିପାଇଁ ଜେଟ୍ ଏୟାରୱେଜ ବୋଇଡଙ୍ଗକୁ ୧୨ ଅରବ ଡଲାରର ଅର୍ଡରର ଦେଇଛି ।

ପ୍ରଥମ ତ୍ରୈମାସିକରେ ଉଡାଣ ସମ୍ଭବ

ଖବର ଅନୁଯାୟୀ, ଏୟାରୱେଜ ପୁଣି ଥରେ ୨୦୨୨ର ପ୍ରଥମ ତ୍ରୈମାସିକରେ ଘରୋଇ ବିମାନ ଉଡାଣ ଭରିପାରେ । କମ୍ପାନୀ କହିଛି, ୨୦୨୨ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏହାର ପ୍ରଥମ ବିମାନ ଦିଲ୍ଲୀରୁ ମୁମ୍ବାଇ ମଧ୍ୟରେ ଯାତ୍ରା କରିବ । ଏୟାରୱେଜ ଜାଲାନ-କାଲରକ କନ୍ସୋର୍ସିୟନ କହିଛି, ଆସନ୍ତା ବର୍ଷ ଆରମ୍ଭରୁ ଏୟାରୱେଜ ରନୱେକୁ ଫେରିବ ।

କମ୍ପାନୀକୁ ନୂତନ ମାଲିକ ମିଳି ଯାଇଛି । ରିପୋର୍ଟ ଅନୁସାରେ, ଏୟାରଲାଇନର ନୂତନ ମାଲିକ ୟୁଏଇ ସ୍ଥିତ ବ୍ୟବସାୟୀ ମୁରାରୀ ଲାଲ ଜାଲାନ ଏବଂ ୟୁକେର ନିବେଶ ଫର୍ମ କଲରାକ କ୍ୟାପିଟାଲ୍ ଏୟାରୱେଜ ପରିଚାଳନା କରିବେ । ଅତି କମରେ ୧୦୦ ବିମାନକୁ ଉଡାଣ ସେବାରେ ନିୟୋଜିତ କରାଯିବ ।

Get real time updates directly on you device, subscribe now.