fbpx

NASA ପଠାଇଲା ରହସ୍ୟମୟ ଫଟୋ, ଯାହାକୁ ଦେଖି ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସମୟ ସମୟରେ ନାସା ଚମତ୍କାର ଫଟୋ ପଠାଇଥାଏ । ନିକଟରେ ନାସା ଏପରି ଏକ ରହସ୍ୟମୟ ଫଟୋ ପଠାଇଛି, ଯାହାକୁ ଦେଖି ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଫଟୋକୁ ନେଇ ନାସାର ମୁଖ୍ୟ କାର୍ଯ୍ୟାଳୟରେ ଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ସମୟ ପୂର୍ବରୁ ପର୍ସିଭରେନ୍ସ ମାର୍ସ ରୋଭର ଏପରି ଫଟୋ ପଠାଇଥିଲେ, ଯେଉଁଥିରେ ଲାଲ ଗ୍ରହ ଉପରେ ସବୁଜ ପଥର ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଡାୟନାସୋରର ମୁହଁ ପରି ପଥର ଦେଖିବାକୁ ମିଳିଥିଲା । କେବେ କେବେ ମାଛ ଆକାରର ମଣିଷ ଆକୃତିର ମୁହଁ ମଧ୍ୟ ଦେଖିବାକୁ ମିଳୁଛି ।

କିନ୍ତୁ ନାସାର ପର୍ସିଭରେନ୍ସ ମାର୍ସ ରୋଭର ଦ୍ୱାରା ଏଥର ପଠାଯାଇଥିବା ଫଟୋ ବହୁତ ଅଲଗା । ଏହି ଫଟୋରେ ଏକ ଅଜବ ଆକୃତି ଦେଖିବାକୁ ମିଳିଛି । ଏଥର ମଙ୍ଗଳ ଗ୍ରହରେ ମଣିଷର କାନ୍ଧ ଆକୃତିର ଏକ ପଥର ଦେଖିବାକୁ ମିଳିଛି । ଏବେ ଏହି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ ଏହି ପଥରର ନାମ ‘ବଟ୍ କ୍ରାକ୍ ରକ୍’ ରଖିଛି । ଏହି ଫଟୋକୁ ଜେପିଏଲରେ କାର୍ଯ୍ୟ କରୁଥିବା ଡାଟା ସଫ୍ଟୱେୟାର ଇଞ୍ଜିନିୟର କେଭିନ ଏମ ଗିଲ ନିଜ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି ।

Get real time updates directly on you device, subscribe now.