fbpx

୪୬ ବର୍ଷିୟ ଓମିକ୍ରନ୍ ସଂକ୍ରମିତଙ୍କ ନାହିଁ କୌଣସି ଟ୍ରାଭେଲ୍ ହିଷ୍ଟ୍ରି, କର୍ଣ୍ଣାଟକରୁ ହୋଇଥିଲେ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୁତନ ଭାରିଆଣ୍ଟ ରକେଟ୍ ବେଗରେ ମାଡ଼ି ଚାଲିଛି । ଇତି ମଧ୍ୟରେ ଭାରତରେ ମଧ୍ୟ ସଂକ୍ରମଣ ବ୍ୟାପିସାରିଲାଣି । ଗତକାଲି ଦୁଇ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଟେଷ୍ଟ ପରେ ସେମାନଙ୍କ ଠାରେ ଓମିକ୍ରନ୍ ଭାରିଆଣ୍ଟ ଦେଖିବାକୁ ମିଳିଥିଲା । ତେବେ ଉକ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସ୍ୱାସ୍ଥ୍ୟ କର୍ମୀ ରହିଥିବା ବେଳେ ତାଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । ଏନେଇ ସରକାରୀ ସୁତ୍ରରୁ ତଥ୍ୟ ପ୍ରକାଶ ପାଇଛି ।

ଏହି ୪୬ ବର୍ଷିୟ ସ୍ୱାସ୍ଥ୍ୟ କର୍ମୀଙ୍କ କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନଥିବା ବେଳେ ଏହାକୁ ନେଇ ଏବେ ଚିନ୍ତା ଦ୍ୱିଗୁଣିତ ହୋଇଛି । କାରଣ ତାଙ୍କ ଦ୍ୱାରା ଅନ୍ୟ ଲୋକ ମାନଙ୍କୁ ମଧ୍ୟ ସଂକ୍ରମଣ ବ୍ୟାପିବାରେ ବୋଲି ଏବେ ଆଶଙ୍କା ପ୍ରକାଶ ପାଇଛି । ନଭେମ୍ବର ୨୨ ତାରିଖରେ ସାମ୍ପଲ୍ ସଂଗ୍ରହ କରାଯାଇଥିଲା । ତାଙ୍କଠାରେ ଜ୍ୱର ଓ ଶରୀରରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା । ଯେତେବେଳେ ତାଙ୍କର ଆରଟିପସିଆର୍ ଟେଷ୍ଟ କରାଯାଇଥିଲା ସେଥିରୁ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ଓ ପରେ ତାଙ୍କ ନମୁନାକୁ ଜିନୋମ୍ ସିକ୍ୱେସିଂକୁ ପଠାଇ ଦିଆଯାଇଥିଲା । ଏହାପରେ ତାଙ୍କ ନମୁନାରେ ଓମିକ୍ରନ୍ ଭାରିଆଣ୍ଟ ଠାବ ହୋଇଥିଲା । ବର୍ତ୍ତମାନ ସେ ଘରେ ଆଇସୋଲେସନ୍ ରେ ରହିଛନ୍ତି ।

ସୂଚନା ଯେ, ତାଙ୍କ ସଂସ୍ପର୍ଶରେ ୨୦୦ରୁ ଅଧିକ ଜଣ ଆସିଛନ୍ତି । ପ୍ରାଥମିକ ସଂସ୍ପର୍ଶରେ ୧୩ ଜଣ ଆସିଥିବା ବେଳେ ସେକେଣ୍ଡାରୀ କଣ୍ଟାକ୍ଟରେ ୨୦୫ ଜଣ ଆସିଛନ୍ତି । ବର୍ତ୍ତମାନ ସମସ୍ତେ ହୋମ୍ ଆଇସୋଲେସନ୍ ରେ ରହିଛନ୍ତି । ତେବେ ଅନ୍ୟ ଜଣେ ମଧ୍ୟ ୬୬ ବର୍ଷିୟ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତ ଆଇସୋଲେସନ ରେ ରହିଛନ୍ତି । ସେ ସାଉଥ୍ ଆଫ୍ରିକାରୁ ଫେରିଥିଲେ । ବେଙ୍ଗାଲୁରୁ ଏୟାରପୋର୍ଟରେ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା ।

 

Get real time updates directly on you device, subscribe now.