fbpx

ଆଗକୁ BJP-AAP ଏକାଠି ଲଢ଼ିବେ, ବଦଳିଯିବ ରାଜନୈତିକ ସମୀକରଣ: ଜାଣନ୍ତୁ ଏହି ଚର୍ଚ୍ଚା ପଛର ସତ୍ୟତା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ରାଜନୈତିକ ଦୃଶ୍ୟପଟ୍ଟରେ ଏକ ବଡ଼ ଖବର ସର୍ବାଧିକ ଚର୍ଚ୍ଚା ହେଉଛି । ବିଜେପି ଓ ଆମ ଆଦମୀ ପାର୍ଟି (ଏଏପି) ଏକାଠି ହେବା ନେଇ ଶୁଣାଯାଉଛି । ଏହି କଥା ଯେ କେହି ଶୁଣିବା ପରେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । କାରଣ ଦିଲ୍ଲୀରେ କ୍ଷମତାରେ ଥିବା ଏଏପି ଓ କେନ୍ଦ୍ରରେ କ୍ଷମତାରେ ଥିବା ଭାଜପା ମଧ୍ୟରେ ବହୁପୂର୍ବରୁ କଡ଼ା ଟକ୍କର ରହି ଆସିଛି । ତେବେ ଖୁବଶୀଘ୍ର ଏଏପି ବିଜେପିର ଏକ କ୍ଲୋନ ପାଲଟିଯିବ ବୋଲି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍ ।

ଚିଦାମ୍ବରମ୍ ଏଏପିକୁ ସମାଲୋଚନା କରି କହିଛନ୍ତି ଯେ, ଏହି ପାର୍ଟି ବିଜେପିର ନକଲି କରୁଛି । କୌଣସି ଦଳକୁ ଅନୁକରଣ କରିବା ଚାଟୁକାରିତା ସହିତ ସମାନ । ତେଣୁ ଖୁବଶୀଘ୍ର ଏଏପି ବିଜେପି ସହିତ ମିଶିବା ସହିତ ଆଗାମୀ ନିର୍ବାଚନରେ ଦୁହେଁ ଏକାଠି ଲଢ଼ିପାରନ୍ତି ବୋଲି ସେ ଟ୍ୱିଟ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ‘ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ପ୍ରୋଗ୍ରାମ’ର ପ୍ରଥମ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ଫଳରେ ଦିଲ୍ଲୀରୁ ଉତ୍ତରପ୍ରଦେଶର ଅଯୋଧ୍ୟାକୁ ବର୍ଷକୁ ୭୭ ହଜାର ତୀର୍ଥଯାତ୍ରୀ ଯାତ୍ରା କରିପାରିବେ । ଆଗକୁ ୟୁପି ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଅନ୍ୟପଟେ ବାରାଣାସୀ କ୍ଷେତ୍ର ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର । ତେଣୁ ଚିଦାମ୍ବରମ୍ ଏପରି ସମାଲୋଚନା କରିଥିବା ଆଲୋଚନା ହେଉଛି । ଏହି ଅବସରରେ ଚିଦାମ୍ବରମ୍ ଉତ୍ତରାଖଣ୍ଡରେ ପାଞ୍ଚ ବର୍ଷରେ ୩ ଜଣ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଓ ବିକାଶ ଶୂନକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା ମଧ୍ୟ କରିଥିଲେ ।

Get real time updates directly on you device, subscribe now.