fbpx

ଅଟ୍ଟାରୀ ସୀମାରେ ପାକିସ୍ତାନୀ ମହିଳା ଜନ୍ମଦେଲେ ସନ୍ତାନ, ନାଁ ରଖିଲେ ‘ବୋର୍ଡର୍’

ଅମୃତସର: ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ଅଟ୍ଟାରୀ ସୀମା ନିକଟରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି। ଖାସ୍ କଥା ହେଉଛି ଉକ୍ତ ମହିଳା ଜଣକ ଅଟ୍ଟାରୀ ସୀମାରେ ସନ୍ତାନ ଜନ୍ମ କରିବା ପରେ ସେ ନିଜ ସନ୍ତାନର ନାଁ “ବୋର୍ଡର୍” ରଖିଛନ୍ତି । ଏହି ମହିଳା ଜଣକ ୯୯ ପାକିସ୍ତାନୀ ନାଗରିକଙ୍କ ଗୋଷ୍ଠୀର ଏକ ଅଂଶ ଯେଉଁମାନେ ଅଟ୍ଟାରୀ ସୀମା ବାହାରେ ରାତ୍ରି ଆଶ୍ରୟସ୍ଥଳରେ ବସିଛନ୍ତି । ଏହି ପାକିସ୍ତାନୀ ନାଗରିକମାନେ ଭାରତକୁ ଲକଡାଉନ୍ ପୂର୍ବରୁ ନିଜ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଆସିଥିଲେ ଏବଂ ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଆସିଥିଲେ।

ଘରକୁ ଫେରିବା ପାଇଁ ଅପେକ୍ଷା କରି ଅଟ୍ଟାରୀ ସୀମା ବାହାରେ ଏକ ରାତ୍ରି ଆଶ୍ରୟସ୍ଥଳୀରେ ରହୁଥିବା ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ଏହି ଶିଶୁକୁ ଜନ୍ମ ଦେଇଛନ୍ତି। ଅଟ୍ଟାରୀ ଗାଁର ଲୋକମାନେ ଏହି ମହିଳାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିଥିଲେ । ଭାରତରେ ଲକଡାଉନ୍ ପୂର୍ବରୁ, ୯୯ ଜଣ ପାକିସ୍ତାନୀ ନାଗରିକ ଯେଉଁମାନେ ନିଜ ସମ୍ପର୍କୀୟଙ୍କୁ ଭେଟିବା ଏବଂ ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଏଠାକୁ ଆସିଥିଲେ । କରୋନା ହେତୁ ସେମାନେ ନିଜ ଦେଶକୁ ଫେରିବାକୁ ସକ୍ଷମ ହୋଇପାରିନଥିଲେ । ପ୍ରାୟ ୭୧ ଦିନ ପୂର୍ବେ, ଏହି ପାକିସ୍ତାନୀ ନାଗରିକମାନେ ରାଜସ୍ଥାନ ସମେତ ଦେଶର ଅନ୍ୟ ରାଜ୍ୟରୁ ଅଟ୍ଟାରୀ ସୀମାରେ ପହଂଚି ଥିଲେ । ନିଜ ଦେଶକୁ ଫେରିବା ପାଇଁ ଅଟ୍ଟାରୀ ସୀମାବର୍ତ୍ତୀ ରାସ୍ତା ଦେଇ ପାକିସ୍ତାନକୁ ଫେରିବା ପାଇଁ ଅନୁମତି ନ ଥିବାରୁ ପାକ ରେଞ୍ଜର୍ସ ସେମାନଙ୍କୁ ନେବାକୁ ମନା କରିଦେଇଥିଲେ। ।

Get real time updates directly on you device, subscribe now.