fbpx

ହାଇଦ୍ରାବାଦ ହାଉସରେ ପୁଟିନଙ୍କୁ ଭେଟିଲେ PM Modi: ଏହି ସବୁ ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ: ୨୧ତମ ଭାରତ-ଋଷିଆ ବାର୍ଷିକ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଁଞ୍ଚିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର) ନୂଆଦିଲ୍ଲୀ ଠାରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି । ଏହି ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି କୋଭିଡ୍ ଆମ ପାଇଁ ଏକ ଆହ୍ବାନ ସତ୍ତ୍ବେ ଭାରତ ସହ ଋଷର ସମ୍ପର୍କରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଦିନକୁ ଦିନ ଆମର ସ୍ୱତନ୍ତ୍ରତା ଓ ରଣନୀତି କ୍ଷେତ୍ରରେ ଭାଗିଦାରିତାରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ତା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି କି ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ୱରେ ଅନେକ ପରିବର୍ତ୍ତନ ଆସିଛି ଏବଂ ବିଭିନ୍ନ ପ୍ରକାରର ରାଜନୈତିକ ସମୀକରଣ ସାମ୍ନାକୁ ଆସିଛି କିନ୍ତୁ ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ପୂର୍ବଭଳି ଅକ୍ଷୁର୍ଣ୍ଣ ରହିଛି ।

ସେପଟେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏବଂ ଋଷ ମଧ୍ୟରେ ସମ୍ପର୍କ ବାସ୍ତବରେ ଆନ୍ତ – ରାଜ୍ୟ ବନ୍ଧୁତ୍ୱର ଏକ ନିଆରା ଏବଂ ବିଶ୍ୱସନୀୟ ମଡେଲ । ଉଭୟ ନେତାଙ୍କ ଏହି ବୈଠକ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଅନୁଷ୍ଠିତ ହୋଇଛି । ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରିଛନ୍ତି ।

Get real time updates directly on you device, subscribe now.