fbpx

Omicronକୁ ଦୃଷ୍ଟିରେ ରଖି Repo Rate ଅପରିବର୍ତ୍ତିତ ରଖିଲା RBI

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ଏଭଳି ସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପଲିସି ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ରେପୋ ରେଟ୍ ପୂର୍ବ ଭଳି ୪ ପ୍ରତିଶତ କାଏମ୍ ରହିଛି । ପୂର୍ବ ଥର ଭଳି ଚଳିତ ମୁଦ୍ରା ନୀତି ସମୀକ୍ଷାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କିଛି ଏକ୍ସପର୍ଟ ପୂର୍ବାନୁମାନ କରିଥିଲେ । ଅର୍ଥନୀତିରେ ସୁଧାର ଆଣିବା ଲକ୍ଷ୍ୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ୪ ପ୍ରତିଶତ ବଳବତ୍ତର ରଖିଛନ୍ତି । ଏଥିସହିତ ରିଭର୍ସ ରେପୋ ରେଟ ପୂର୍ବ ପରି ୩.୩୫%ରେ ଅପରିବର୍ତ୍ତିତ ରହିଛି । ମନିଟାରି ପଲିସୀର ୬ ଜଣିଆ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ଏହା ସପକ୍ଷରେ ମତ ଦେଇଥିଲେ । ଏହାଛଡ଼ା ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି ମଧ୍ୟ ପୂର୍ବ ପରି ୪.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।

ଏନେଇ ଶ୍ରୀ ଦାସ କହିଛନ୍ତି ଯେ, କୋଭିଡ-୧୯କୁ ପରାସ୍ତ କରି ଅର୍ଥନୀତିକୁ ଆଗକୁ ନେବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ । ଓପନ ମାର୍କେଟ ଅପରେସନ (ଓଏମଓ) ମାଧ୍ୟମରେ ଲିକ୍ୱିଡିଟି ହ୍ରାସ କରାଯିବ । ଆସନ୍ତା ବର୍ଷ ଜାନୁଆରୀ ମାସ ପରେ ଲିକ୍ୱିଡିଟି ଆଡଜଷ୍ଟମେଣ୍ଟ ପ୍ରକ୍ରିୟା ଆରମ୍ଭ ହେବ । ରିଭର୍ସ ରେପୋ ରେଟ୍ ଅକ୍ସନ ଜରିଆରେ ଲିକ୍ୱିଡିଡି ଆଡଜଷ୍ଟମେଣ୍ଟ କରାଯିବ । ଗିଲଟସ ଓ ଆଇପିଓ ପାଇଁ ୟୁପିଆଇ ଲିମିଟ୍ ୫ ଲକ୍ଷ ପର୍ଯ୍ୟନ୍ତ ଯିବ । ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଟ୍ୟାକ୍ସ ହ୍ରାସ କରିଥିବାରୁ ତାହା ଗ୍ରାହକଙ୍କୁ ଫାଇଦା ଦେବ ବୋଲି ଗଭର୍ଣ୍ଣର କହିଥିଲେ । ସୂଚନାଯୋଗ୍ୟ ଯେ, ଗତ ୬ ତାରିଖଠାରୁ ଆରବିଆଇର ତିନିଦିନିଆ ମୁଦ୍ରାନୀତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.