fbpx

ଆମେରିକାରେ ବାତ୍ୟା ରଚିଲା ତାଣ୍ଡବ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ୱାଶିଂଟନ୍: ଆମେରିକାର କେଣ୍ଟୁକିର ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ଏହି ବାତ୍ୟା ଯୋଗୁଁ ପ୍ରାୟ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । କେଣ୍ଟୁକିର ରାଜ୍ୟପାଳ ଏଣ୍ଡି ବେଶେୟର ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଉଦ୍ଧାରକାରୀ ଦଳ ଅଞ୍ଚଳରେ ଉପସ୍ଥିତ ଅଛନ୍ତି ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମେଫିଲ୍ଡ ଅଞ୍ଚଳରେ ଥିବା ମହମବତୀ କାରଖାନା ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

କୁହାଯାଉଛି ଯେ କି ଯେଉଁ ସମୟରେ ବାତ୍ୟା ହୋଇଥିଲା, ସେହିସମୟରେ କାରଖାନାରେ ୧୦୦ରୁ ଅଧିକ ଲୋକ କାମ କରୁଥିଲେ । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାତି ଡ୍ୟୁଟି କରୁଥିବା ୧୦୦ ରୁ ଅଧିକ ଲୋକେ କାରଖାନା ଭିତରେ ଫସିରହିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.