fbpx

ଘସିପୁରା ବିଧାୟକ ବଦ୍ରି ପାତ୍ର ଗୁରୁତର: ଏୟାରଲିଫ୍ଟ ଜରିଆରେ ହାଇଦ୍ରାବାଦ ସ୍ଥାନାନ୍ତର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଘସିପୁରା ବିଧାୟକ ବଦ୍ରି ପାତ୍ରଙ୍କୁ ହାଇଦ୍ରାବାଦ ଏୟାରଲିଫ୍ଟ କରାଯାଇଛି । ଛାତିରେ ଯନ୍ତ୍ରଣା କାରଣରୁ ପାତ୍ରଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି ।

ପ୍ରାରମ୍ଭିକ ଚିକିତ୍ସା ପରେ ଅବସ୍ଥାରେ ସୁଧାର ନ ଆସିବାରୁ ବିଧାୟକଙ୍କୁ ଏୟାରଲିଫ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଘସିପୁରାର ବିଧାୟକ ରହିଥିବା ପାତ୍ର ୫ ଥର ବିଧାୟକ ରହି ସାରିଛନ୍ତିି । ୧୯୯୦ରେ ପ୍ରଥମ ଥର ପାଇଁ ସେ ଘସିପୁରାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ଅର୍ଥନୀତି ଅଧ୍ୟାପକ ରହିଥିଲେ ।

Get real time updates directly on you device, subscribe now.