fbpx

ଏବେ ବିନା ଡରରେ ଟ୍ରେନ୍ ଯାତ୍ରା କରିବେ ମହିଳା, ରେଲବାଇର ଆଣିଲା ଖାସ୍ ପ୍ଲାନ୍

ନୂଆଦିଲ୍ଲୀ: ଅନେକଥର ଟ୍ରେନରେ ଏକାକୀ ଯାତ୍ରା କରୁଥିବା ମହିଳା ଭୟଭୀତ ହୋଇଯାଆନ୍ତି । ଯାତ୍ରାରେ ହେଉଥିବା ସମସ୍ୟାକୁ ନେଇ ସେ ଭୟଭୀତ ହୋଇପଡନ୍ତି । ଏହାକୁ ନେଇ ଭାରତୀୟ ରେଳବାଇ ଏକ ଖାସ୍ ଯୋଜନା ପ୍ରସ୍ତୁତ କରିଛି । ଏବେ କୌଣସି ବି ମହିଳାଙ୍କୁ ଟ୍ରେନଯାତ୍ରାକୁ ନେଇ ଡରିବାକୁ ପଡିବ ନାହିଁ । କାରଣ ରେଲୱେ ପୋଲିସ ‘ମେରି ସହେଲୀ’ ନାମରେ ଏକ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ଅଧିନରେ ମହିଳା ସୁରକ୍ଷାକର୍ମୀଙ୍କୁ ଟ୍ରେନରେ ନିୟୋଜିତ କରାଯିବ । ମହିଳା ସୁରକ୍ଷାକର୍ମୀମାନେ ଆପଣଙ୍କୁ ସୁରକ୍ଷା ଦେବା ସହିତ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ସାହାର୍ଯ୍ୟ କରିବେ । ଏହି ଅଭିଯାନ ସଫଳ ହେଲେ ଏହାକୁ ଆହୁରି ବିସ୍ତାର କରାଯିବ ।

ମିଡିଆ ରିପୋର୍ଟ ଅନୁସାରେ, ମେରି ସହେଲୀ ଏପରି ଏକ ଅଭିଯାନ ଯାହା ମହିଳାଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି । ଦୁଇଜଣ ମହିଳା ଆରପିଏଫ୍ ସ୍କ୍ୱାଡ ଜଙ୍କସନରେ ଚାଲୁଥିବା ଇଣ୍ଟରସିଟି, ଆଲା ହଜରତ ଏକ୍ସପ୍ରେସରେ ଏକାକୀ ଯାତ୍ରା କରୁଥିବା ମହିଳାମାନଙ୍କୁ ଚିହ୍ନିତ କରନ୍ତି, ଯେଉଁମାନେ ଏକାକୀ ଯାତ୍ରା କରୁଛନ୍ତି । ନିୟମିତ ଏକାକୀ ଯାତ୍ରା କରୁଥିବା ମହିଳାଙ୍କର ଏକ ଚାର୍ଟ ବି ପ୍ରସ୍ତୁତ କରାଯାଏ । ଯାହା ପରେ କୌଣସି ସନ୍ଦେହ ହେଲେ ସେମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଏ । ବରେଲି ଜଙ୍କସନରେ ଗତ ୧୦ ଦିନ ମଧ୍ୟରେ ପ୍ରାୟ ୭୦ ମହିଳାଙ୍କ ମନିଟରିଂ ରିପୋର୍ଟ ପ୍ରସ୍ତୁତ କରାଯାଇ ମୁଖ୍ୟାଳୟକୁ ପଠାଯାଇଛି ।

Get real time updates directly on you device, subscribe now.