fbpx

୨୦୨୨ରେ ଟଙ୍କା ଅଭାବରୁ ବଞ୍ଚିବାର ୬ଟି ସହଜ ଉପାୟ, ହେବନି ଧନ କ୍ଷୟ

ଓଡ଼ିଶା ଭାସ୍କର ବ୍ୟୁରୋ: ନୂତନ ବର୍ଷ ୨୦୨୨ ଆସିବାକୁ ଆଉ ମାତ୍ର କେଇଟା ଦିନ ରହିଲା । ତେଣୁ ପ୍ରତିଟି ଲୋକ ନୁତନ ବର୍ଷ ଆସିଲେ ଭାବନ୍ତି ଯେ, ଏହି ବର୍ଷ ସେମାନଙ୍କ ଜୀବନକୁ ସୁଖ ସମୃଦ୍ଧି ନେଇ ଆସୁ । ଧନର ଅଭାବ ଯେପରି ନ ଦେଖାଯାଉ ଏପରି ଅନେକ କିଛି । ତେବେ ଏହି ପରିପ୍ରେକ୍ଷୀରେ ଜ୍ୟୋତିଷ ମାନେ କିଛି ସହଜ ଉପାୟ କହିଛନ୍ତି ଯାହା ଆପଣଙ୍କୁ ନୂତନ ବର୍ଷରେ ଟଙ୍କା ଅଭାବ ବା ଧନର କ୍ଷତିରୁ ବଞ୍ଚାଇପାରିବ । ମାଆ ଲକ୍ଷ୍ମୀ ଆପଣଙ୍କ ଉପରେ କୃପା ଦୃଷ୍ଟି ମଧ୍ୟ ପକାଇବେ । ତାହେଲେ ଚାଲନ୍ତୁ କଣ ଏହି ୬ଟି ଉପାୟ:

୧. ପର୍ସରେ ସବୁବେଳେ ମା ଲକ୍ଷ୍ମୀଙ୍କର ବସିଥିବା ଚିତ୍ରକୁ ରଖନ୍ତୁ ।
୨. ଓସ୍ତ ଗଛର ପତ୍ରରେ ସ୍ୱସ୍ତିକ ତିଆରି କରି ପର୍ସ କିମ୍ବା ଆପଣଙ୍କ ଟଙ୍କା ରଖିବା ସ୍ଥାନରେ ରଖନ୍ତୁ ।
୩. ନାଲି ରଙ୍ଗର କାଗଜରେ ନିଜ ଇଛା ଲେଖି ମନ୍ଦିରରେ ରଖନ୍ତୁ, ଏହା ପରେ ପ୍ରତିଦିନ ପୂଜା କରନ୍ତୁ । ଏପରି କରିବା ଦ୍ୱାରା ଅଯଥାରେ ଖର୍ଚ୍ଚ ହେଉଥିବା ଟଙ୍କା ବଞ୍ଚିଯିବ ।
୪. ମାଆ-ବାପା କିମ୍ବା କୌଣସି ପରିଜନଙ୍କ ଠାରୁ ଟଙ୍କା ମିଳିଲେ ଖର୍ଚ୍ଚ କରନ୍ତୁ ନାହିଁ । ଆର୍ଶୀବାଦ ଭାବି ପର୍ସରେ ରଖନ୍ତୁ ।
୫. ନୂତନ ବର୍ଷର ପ୍ରଥମ ଦିନ ଗଣେଷ ମନ୍ଦିରକୁ ଯାଆନ୍ତୁ । ଲଡ଼ୁ ଭୋଗ କରନ୍ତୁ ଓ ତାକୁ ଗରିବଙ୍କୁ ବାଣ୍ଟି ଦିଅନ୍ତୁ । ଏପରି କରିବା ଦ୍ୱାରା ବ୍ୟବସାୟରେ ସମୃଦ୍ଧି ଆସିବ ।
୬. ପର୍ସରେ ସର୍ବଦା ଚାଉଳର କିଛି ଦାନା ରଖନ୍ତୁ, ଧ୍ୟାନରେ ରଖିବେ ଚାଉଳ ଯେପରି ଭାଙ୍ଗିବ ନାହିଁ ।

Get real time updates directly on you device, subscribe now.