fbpx

ସ୍କୁଲରେ କରୋନା ସଂକ୍ରମଣକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ, ଦେଖନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷାନୁଷ୍ଠାନଗୁଡିକୁ ଆଟାକ୍ କରୁଛି କରୋନା ମହାମାରୀ । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ପଜିଟିଭ୍ ହେବାରେ ଲାଗିଛନ୍ତି । ସ୍କୁଲରେ କରୋନା ବ୍ୟାପିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମିଡିଆ ସାମ୍ନାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ଘଟଣା ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି । ଯେଉଁଠି ପିଲାଙ୍କଠାରେ ଲକ୍ଷଣ ଆସୁଛି, ସେମାନଙ୍କୁ ସ୍କୁଲ ଆସିବାକୁ ବାରଣ କରାଯାଇଛି । ଟେଷ୍ଟିଂ ହେଉଛି, ଯେଉଁଠି ଆବଶ୍ୟକ ପଡୁଛି ଜିଲ୍ଲା ପ୍ରଶାସନ ଦେଖୁଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଟିମ୍ କରାଯାଇଛି ।’

ଆଇସୋଲେସନ କେସରେ କିଛି ଆସୁଛି, ଏହା ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାରେ କୌଣସି ବାଧା ସୃଷ୍ଟି କରିବନି । କରୋନା ଭୟ ସତ୍ତେ୍ୱ ପିଲାଙ୍କ ଉପସ୍ଥାନ ବଢ଼ୁଛି । ଶିକ୍ଷା ବ୍ୟବସ୍ଥା କିପରି ଜାରି ରହିବ ସେନେଇ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.