fbpx

ଏହି କାରର ଦ୍ୱିୱାନା ହେଲେ ଭାରତବାସୀ, ଲଞ୍ଚ ହେବା ଦିନରେ ବିକ୍ରି ହେଲା ସବୁ ଗାଡ଼ି

ନୂଆଦିଲ୍ଲୀ: ଜର୍ମାନୀ ଆରାମଦାୟକ କାର୍ ନିର୍ମାତା, ବିଏମଡବ୍ଲୁ କହିଛି ଯେ, ନୂତନ ଭାବରେ ଲଞ୍ଚ କରାଯାଇଥିବା ଅଲ-ଇଲେକ୍ଟ୍ରିକ୍ ଲକ୍ଜରୀ ସେଡାନ୍ ବିଏମଡବ୍ଲୁ ଆଇଏକ୍ସକୁ ଲଞ୍ଚ ଦିନ ହିଁ ସମ୍ପୂର୍ଣ୍ଣ ଭାବରେ ବିକ୍ରି କରିଦେଇଛି । ଏହି ଇଲେକ୍ଟ୍ରିକ୍ କାର୍ କୁ ଭାରତରେ ଡିସେମ୍ବର ୧୩ ତାରିଖରେ ଲଞ୍ଚ କରାଯାଇଥିଲା ଓ ଭାରତରେ ଏହାର ଦାମ୍ ୧.୧୬ କୋଟି ଟଙ୍କା ରହିଥିଲା ।

ତେବେ ଏହି ବିଏମଡବ୍ଲୁ ଇଲେକ୍ଟ୍ରିକ୍ ବଜାରରେ ଏସୟୁଭି ମର୍ସିଟିଜ୍ ଇକ୍ୟୁସି, ଜାଗୁଆର୍ ଆଇ-ପେସ୍ ଓ ଅଡି ଇ-ଟ୍ରାନ୍ କୁ ଟକ୍କର୍ ଦେବ । ବିଏମଡବ୍ଲୁ ଆଇଏକ୍ସ ଏକ୍ସଡ୍ରାଇଭ୍ ଘଣ୍ଟାପ୍ରତି ୩୨୬ ପାୱାର୍ ଓ ୬୩୦ ଏନଏମ୍ ର ପିକ୍ ଟାର୍କ ଦେଇଥାଏ । ବିଏମଡବ୍ଲୁ କମ୍ପାନୀ ଅନୁସାରେ, ଏକ୍ସଡ୍ରାଇଭ୍ ୪୦ ୬.୧ ସେକେଣ୍ଡରେ ୦-୧୦୦କିମି ସ୍ପିଡ୍ ରେ ଆସିଥାଏ । ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୨୦୦ କିଲୋମିଟର୍ । ବିଏମଡବ୍ଲୁ ଆଇଏକ୍ସ ଏକ୍ସଡ୍ରାଇଭ୍ ୪୦, ୭୬.୬ କିଲୋୱାଟ୍ ବ୍ୟାଟେରୀ ସହିତ ଆସିଥାଏ । ତେବେ ଏହି ଗାଡ଼ି ପାଇଁ ବୁକିଂ ଆରମ୍ଭ ହୋଇଯାଇଛି ଓ ଏହାର ଡେଲିଭେରୀ ୨୦୨୨ ଏପ୍ରିଲ୍ ରେ ଆରମ୍ଭ ହେବ ।

Get real time updates directly on you device, subscribe now.